Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରତ୍ନ ଭଣ୍ଡାର ଚାବି ହଜିିଥିଲା; ଏବେ ଶ୍ରୀମନ୍ଦିର ଫାଇଲ ହଜିଗଲା!

ପୁରୀ: ପ୍ରଥମେ ରତ୍ନ ଭଣ୍ଡାର ଚାବି ହଜିିଥିଲା ଏବେ ଶ୍ରୀମନ୍ଦିର ଫାଇଲ ହଜିଗଲା। ତେବେ ସୂଚନା ଅନୁଯାୟୀ ଶ୍ରୀମନ୍ଦିର ସମ୍ବନ୍ଧୀୟ ୨ଟି ଫାଇଲ ହଜିଯାଇଛି। ତେବେ ଏମିତି କାହିଁକି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ ସବୁ ଜିନିଷ ହଜି ଯାଉଛି ନା ହଜାଇ ଦିଆଯାଉଛି ?  ଏହି ଘଟଣାକୁ କେନ୍ଦ୍ର କରି ସରଗରମ ହେଉଛି ରାଜନୀତି। ଘଟଣାକୁ ନେଇ ସେବାୟତ,ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଫାଇଲ ହଜିଯିବା ଘଟଣାରେ ଆଇନ ବିଭାଗର ଅବହେଳା ଓ ଦାୟୀତ୍ୱହୀନତା ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି ବରିଷ୍ଠ ସେବାୟତ,ଓ ଆଇନଜୀବି । ସେପଟେ ଫାଇଲ ହଜିବା ଘଟଣାରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ଶ୍ରୀମନ୍ଦିର ପରିଚାଳନା ସହ ଜଡିତ ରହିଛି ଏହି ୨ଟି ଫାଇଲ। ଏହି ଘଟଣା ତଦନ୍ତ ପରିସରଭୁକ୍ତ କରାଯାଉ ‌ବୋଲି ପାଇଁ ସେନା ଏତଲାରେ ଉଲ୍ଲେଖ କରିଛି । ଏହାର  ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା ।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ‌ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଶ୍ରୀମନ୍ଦିରର ଏମିତି ଏକ ଗୁରୁତ୍ବପୂର୍ଣ୍ଣ ଫାଇଲ ହଜିବ କେମିତି? ସେଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବ। ଏହାକୁ ଗୁପ୍ତ ରଖିବା ପାଇଁ ଫାଇଲକୁ ଲୁଚାଇ ଦିଆଯାଇଛି। ଯଦି ଫାଇଲ ହଜିଛି ତେବେ ସରକାର ଏଫଆଇଆର ଦେବା ଉଚିତ।