Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲ୍ ଗଲା ପିତୃହନ୍ତା ପୁଅ:ଅସହାୟ ଅବସ୍ଥାରେ ବିଧବା ବୃଦ୍ଧା ଓ କୋମଳମତି ନାତି

ସମ୍ବଲପୁର(ପଡିଆବାହାଲ),ତା.୨୭.୦୬:ପୁଅର ଠେଙ୍ଗା ମାଡରେ ନିରିହ ବାପାର ମୃତ୍ୟୁ ଅଭିଯୋଗରେ ଆଜି ଜେଲ ଯାଇଛି ପିତୃହନ୍ତା ପୁଅ।ବୁଧବାର ରାତିରେ ଏହି ଘଟଣା ଘଟିଥିଲା ସଦର ଥାନା ଅନ୍ତର୍ଗତ ଘେନୁପାଲି ଗ୍ରାମ ପଞ୍ଚାୟତର ବୁଦେଲଛିଣ୍ଡା ଗ୍ରାମରେ ।
ଖବର ପ୍ରଚାରିତ ହେବା ପରେ ସଦର ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମୃତ ବାପାର ଶବକୁ ଜବତ କରିବା ସହିତ ପୁଅକୁ ଗିରଫ କରି ଘଟଣାର ଟିକି ନିଖି ତଦନ୍ତ କରିବା ପରେ ଶେଷରେ ଆଜି ପୁଅକୁ ଜେଲର ଚାରିକାନ୍ଥ ଭିତରେ ରହିବାକୁ ପଡିଛି।
ଏଠାରେ ସୂଚନାଯୋଗ୍ୟ ଯେ,ମୂଳ ନିବାସୀ ଧମା ଥାନା ଅଞ୍ଚଳ କାଁକେରପାଲି ଗ୍ରାମର ରାମପ୍ରସାଦ ବାଗ୍ (ରାମିଆଁ) ୫୫ ବର୍ଷ,ଗତ ୨୫ ବର୍ଷ ହେଲା ବୁଦେଲଛିଣ୍ଡା ଗ୍ରାମରେ ରହି ନିଜର ଗୁଜୁରାଣ ମେଣ୍ଟାଉଥିଲେ।ନିଜର ପତ୍ନୀ,ଏକମାତ୍ର ପୁଅ ଧିରେନ ବାଗ (୩୫) ନାତି ସହ ଏକାଠି ଥିଲେ।ଗତ କିଛି ବର୍ଷ ତଳେ ପୁତ୍ର ବଧୁର ମୃତ୍ୟୁ ହୋଇଥିଲା। ଗତକାଲି ପୁଣି ପରିବାର ସଂପତ୍ତିକୁ ନେଇ ବାପା ପୁଅ ମଧ୍ୟରେ କଳି ଲାଗି ଶେଷରେ ଠେଙ୍ଗା ମାଡ ଯାଏ କଥା ଯାଇ ପୁଅର ଠେଙ୍ଗା ମାଡରେ ନିରୀହ ବାପାର ଜୀବନ ଅକାଳରେ ଝଡିଯାଇଥିଲା।ପରଘରେ ମୂଳ ଲାଗିବା ସହିତ ଛେଲି ଚରାଇ ନିଜର ସେ ଗୁଜୁରାଣ ମେଣ୍ଟାଉଥିବା ବାପାର ମୃତ୍ୟୁ ଓ ପୁଅ ଜେଲ୍ ଯିବା ପରେ ବର୍ତ୍ତମାନ ଘରେ ବିଧବା ବୃଦ୍ଧା ମହିଳାଙ୍କ ସହିତ ନାତି ଅସହାୟ ଅବସ୍ଥାରେ ରହିଛନ୍ତି।ବର୍ତ୍ତମାନ ଏମାନଙ୍କ ଜୀବନ ଯାପନ ନେଇ କଳା ବାଦଲ୍ ଛାଇ ଯାଇଥିବା ବେଳେ ଜୀବନ ସୁରକ୍ଷା ଦିଗ ପ୍ରତି ବିପଦ ଦେଖାଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ