Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପେଟ ପାଇଁ ଜୀବନ ଗଲା; ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବଲାଙ୍ଗୀର: ପେଟକୁ ଦାନା ଯୋଗାଡ଼ କରିବା ପାଇଁ ପର ଘରେ କାମ କରୁଥିଲେ । ହେଲେ ସେ ଜାଣି ନଥିଲେ ଏହି କାମ ତାଙ୍କ ଜୀବନ ନେଇଯିବ ଓ ଯେଉଁ ପରିବାରକୁ ଦୁଇ ବେଳା ଦୁଇ ଗଣ୍ଡା ଖାଇବାକୁ ଏତେ କଷ୍ଟ କରୁଛନ୍ତି ସେମାନେ ଅସହାୟ ହୋଇଯିବେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀରରେ । ଦିନ ମଜୁରିଆ ଭାବେ କାମ କରିବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ଶ୍ରମିକ ଜଣଙ୍କ । ଘଟଣା ବଲାଙ୍ଗୀର ସହର ଡୁଙ୍ଗରିପଡାରେ ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ ।

ଡୁଙ୍ଗରିପଡାରେ ରହୁଥିବା ଜଣେ ଡାକ୍ତର ନିଜ ଘର ନିକଟରେ ଥିବା ଗଛ କାଟିବା ପାଇଁ କୁମାରଙ୍କୁ ଡାକିଥିଲେ । ଗତକାଲି କୁମାର ଡାକ୍ତରଙ୍କ ଘର ପାଖରେ ଥିବା ଗଛ କାଟୁଥିଲେ । ଗଛ କାଟୁଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ କୁମାର ଆସିଯାଇଥିଲେ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

କୁମାରଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇଯାଇଛି । ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।