Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ନାମାନଙ୍କର ଶେଷ ଦିନ; ତେଜୁଛି ନିର୍ବାଚନୀ ତାତି

ଝାରସୁଗୁଡ଼ା: ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ। ତେଜୁଛି ନିର୍ବାଚନୀ ତାତି। ନିର୍ବାଚନ ଲାଗି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆଜି ନାମାଙ୍କନ ଦାଖଲର ଶେଷ ଦିନ ।

ଅନ୍ୟପଟେ ନିର୍ବାଚନୀ ପ୍ରଚାର ଲାଗି ଅଣ୍ଟା ଭିଡିଲେଣି ତିନି ପ୍ରମୁଖ ଦଳ। ଜୋରଦାର ଚାଲିଛି ପ୍ରଚାର ପ୍ରସାର। ବିଜୟ ଲାଗି ସବୁ ଦଳ ନିଜ ନିଜ ରଣନୀତି ଆରମ୍ଭ କରିଦେଇଛନ୍ତି। ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। କ୍ୟାମ୍ପେନିଂରେ ସବୁଠୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ବଡ଼ ବ୍ୟବଧାନରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ସେପଟେ ଝାରସୁଗୁଡ଼ାରେ ଭଲ ପ୍ରଦର୍ଶନ କରିବା ପାଇଁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜୋରଦାର ଲାଗି ପଡ଼ିଛନ୍ତି। କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କରୁଛନ୍ତି କହ୍ନୈୟା କୁମାର। ମେ’ ୧୦ ତାରିଖରେ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳ ପ୍ରକାଶ ପାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ