ପୁଣି ୪୮ ଘଣ୍ଟା ଲାଗି ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ


ସମ୍ବଲପୁର: ସମ୍ବଲପୁରରେ ପୁଣି ବନ୍ଦ ହେଲା ଇଣ୍ଟରନେଟ୍‌ ସେବା। ୪୮ ଘଣ୍ଟା ଲାଗି ପୁଣି ବନ୍ଦ ହେଲା ଇଣ୍ଟରନେଟ୍‌ ସେବା। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସମ୍ବଲପୁରରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ପୁଣି ଥରେ ସ୍ବାଭାବିକ କରିବା ଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି। ୨୨ ତାରିଖ ଶନିବାର ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସେପଟେ କିଛି ସ୍ଥାନରେ କର୍ଫ୍ୟୁକୁ କୋହଳ କରାଯାଇଛି । ସକାଳ ୬ରୁ ସଂଧ୍ୟା ୬ କର୍ଫ୍ୟୁ କୋହଳ ଥିବା ବେଳେ ସନ୍ଧ୍ୟା ୬ରୁ ସକାଳ ୬ କର୍ଫ୍ୟୁ ବଳବତ୍ତର ରହିଛି । ସ୍ଥିତି ନେଇ କ୍ୟାମ୍ପ ଅଫିସରେ ଗତକାଲି ଡିଜିପି କରିଥିଲେ ବୈଠକ । ସମ୍ବଲପୁରରେ ସ୍ଥିତି ଶାନ୍ତ ଥିବା ସୂଚନା ଦେଇଛନ୍ତି ଡିଜିପି ।