Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ ବିକାଶ ନେଇ ବହୁମୂଖୀ ଯୋଜନା:ସ୍ୱଚ୍ଛତା ଓ ବୃକ୍ଷରୋପଣ ନେଇ ଗୁରୁତ୍ୱ,ସର୍ଭିସ ରୋଡରେ ଗଡିବ ଯାତ୍ରୀବାହୀ ଗାଡି,ହେବ ବାଇକ୍ ଷ୍ଟାଣ୍ଡ

ସମ୍ବଲପୁର:କ୍ରମବର୍ଦ୍ଧିଷ୍ଣୁ ପଡିଆବାହାଲର ବିକାଶ ନେଇ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ବାହାମ ପଞ୍ଚାୟତ,ଦୁର୍ଗାପୂଜା କମିଟି ଓ ବିଶିଷ୍ଟ ନାଗରୀକ ମାନଙ୍କୁ ନେଇ ଜୟଦୁର୍ଗା ପାଠାଗାରରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ଗ୍ରହଣ କରି ପ୍ରଶାସନ ସହଯୋଗ କାମନା କରିଛନ୍ତି।
ବାହାମ ପଞ୍ଚାୟତର ସରପଞ୍ଚ ସରସ୍ବତୀ ଭୋସାଗରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପଡିଆବାହାଲ ବଜାରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇ ସମସ୍ତ ଦୋକାନୀ ନିଜ ଦାଣ୍ଡକୁ ପରିସ୍କାର ପରିଚ୍ଛନ୍ନ ରଖିବା ଓ ଡଷ୍ଟପିନ ବ୍ୟବାହାର କରିବା,ବିଭିନ୍ନ ସ୍ଥାନରେ ବାଇକ, ସାଇକେଲ ବିଭିନ୍ନ ଗାଡି ଗୁଡକୁ ରଖାଯାଉଥିବାରୁ ରାସ୍ତା ଅବରୋଧ ହେଉଛି।ଏପରିକି ସାପ୍ତାହିକ ବଜାର ଦିନ ବିଭିନ୍ନ ଗାଡି ବାଇକ ପ୍ରଭୃତି ମନଇଚ୍ଛା ଯାଗାରେ ରଖାଯାଉଥିବାରୁ ଚୋରୀ ହେବା ସହ ଦୂର୍ଘଟଣାର ଆଶଙ୍କା ରହୁଛି।ଏହାକୁ ରୋକିବା ପାଇଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏକ ବାଇକ୍ ଷ୍ଟାଣ୍ଡ ନିର୍ମାଣକରି ଏହାକୁ କାର୍ଯ୍ୟକାରୀ କରାଇବାକୁ ନିଷ୍ପତ୍ତି ନିଆଯାଇଛି।ଏପରିକି ପଡିଆବାହାଲରେ ସର୍ଭିସ ରୋଡ ହୋଇଥିବା ପରେ ମଧ୍ୟ ଯାତ୍ରୀବାହୀ ବସ ଗୁଡିକ ଜାତୀୟ ରାଜପଥରେ ଷ୍ଟପେଜ କରିବା ଯୋଗୁଁ ଯାତ୍ରୀ ମାନେ ଖରା ବର୍ଷାର ଶିକାର ହେବା ସହ ରାସ୍ତା ପାରି ହେଉଛନ୍ତି।ଫଳରେ ଜାତୀୟ ରାଜପଥ ବିପଦକୁ ଟାଣି ଆଣୁଛି।ଏଣୁ ସର୍ଭିସ ରୋଡକୁ ତୁରନ୍ତ କାର୍ଯ୍ୟକାରୀ କରାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇ ପ୍ରଶାସନର ସହଯୋଗ କାମନା କରାଯାଇଥିଲା।ଏପରିକି ପଡିଆବାହାଲ ସାପ୍ତାହିକ ହାଟରେ ଗଛ ଛାଇର ଆବଶ୍ୟକତାକୁ ଅନୁଭବ କରି ଆସନ୍ତା ରବିବାର ଦିନ ୧୦ଟାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି।ଆୟୋଜିତ ବୈଠକରେ ଦୂର୍ଗାପୂଜା କମିଟି ସଭାପତି ସୁବୋଧ କୁମାର ବେହେରା,ଉପଦେଷ୍ଟା ବିଜୟ କୁମାର ନାୟକ,ରବି ନାରାୟଣ ବେହେରା,ଆଶୁତୋଷ ପଣ୍ଡା,ଅଶୋକ କୁମାର ପୁରୋହୀତ,ବିଜୟ ମେହେର,ଡା.ରାଜାରାମ ଷଡଙ୍ଗୀ ,ପ୍ରମୋଦ କୁମାର ମଗର,ଦେବାନନ୍ଦ ଭୋସାଗର, ଶକ୍ତି ପ୍ରଶନ୍ନ ବଡପଣ୍ଡା,ଅଶୋକ ରାୟ ମନୋଜ ସହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଲୋକ ମାନଙ୍କ ଅଂଶିଦାର ଓ ସହଯୋଗ ଦ୍ୱାରା ପଡିଆବାହାଲର ବିକାଶ ,ସ୍ୱଚ୍ଛତା, ପରିବେଶ ସନ୍ତୁଳନ ସହିତ ସୁରକ୍ଷା ଦିଗକୁଗୁରୁତ୍ୱ ଦିଆଯାଉ ଥିବାରୁ ଏହାର ବିପକ୍ଷରେ କୌଣସି ବାହ୍ୟ ହସ୍ତକ୍ଷେପକୁ କ୍ଷମା କରାଯିବ ନାହିଁ ବରଂ ପଡିଆବାହାଲ ଉପରେ ନିର୍ଭରଶୀଳ ସମସ୍ତଙ୍କ ଏକତା,ସଂହତିରେ ପଡିଆବାହାଲର ଐତିହ୍ଯକୁ ସୁରକ୍ଷିତ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ