ନୂଆଦିଲ୍ଲୀ: ହାଥରସରେ ଭୋଲେ ବାବା ସତସଙ୍ଗରେ ହୋଇଥିବା ଦଳାଚକଟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଜୁଲାଇ ୧୨ରେ ଶୁଣାଣି କରିବାକୁ ପ୍ରସ୍ତୁତ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ମାମଲାକୁ ସୂଚୀବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଉତ୍ତର ପ୍ରଦେଶର ହାଥରସରେ ଜୁଲାଇ ୨ ତାରିଖରେ ଭୋଲେ ବାବାର ସତସଙ୍ଗରେ ଦଳଚକଟା ହୋଇିଲା । ଏହି ସମୟରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମାମଲାର ତଦନ୍ତ ପାଇଁ ଏଆଇଟି ଗଠନ କରିଛନ୍ତି । ଏସଆଇଟି ମଧ୍ୟ ନିଜର ତଦନ୍ତ ରିପୋର୍ଟ ଯୋୀ ସରକାରଙ୍କୁ ପ୍ରଦାନ କରିଛନ୍ତି ।
ଏସଆଇଟି ମାମଲାରେ ହାଥରସ ଜିଲ୍ଲାପାଳ ଆଶିଷ କୁମାର ଓ ଏସପି ନିପୁଣ ଅଗୱାଲଙ୍କଠୁ ନେଇ ସତସଙ୍ଗର ଅନୁମତି ଦେଇଥିବା ଏସଡିଏମ ଓ ସିଓଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଏହା ବାଦ ସତସଙ୍ଗରେ ଡ୍ୟୁଟିରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ଲୋକଙ୍କ ବୟାନ ରେକର୍ଡ କରାଯାଇଛି।
ସବୁଠୁ ବଡ କଥା ସ୍ଥାନୀୟ ସିକନ୍ଦରାବାଦ ଥାନାରେ ସତସଙ୍ଗ ଘଟଣାକୁ ନେଇ ଏଫଆଇଆର ରୁଜୁ କରାଯାଇଥିଲା ସେଥିରେ ଭୋଲେ ବାବାଙ୍କ ନାଁ ମଧ୍ୟ ନ ଥିଲା । ଏହି ବାବା ଦଳଚକଟା ଘଟଣା ପରେ ଫେରାର ଅଛନ୍ତି । ସେ ମେନପୁରୀ ଆଶ୍ରମରେ ଥିବା ଲୋକେସନରୁ ଜଣା ପଡିଥିଲା । ଏହା ପରଠୁ ତାଙ୍କ ମୋବାଇଲ ସୁଇଚ୍ ଅଫ ରହିଛି । ନିକଟରେ ଭୋଲେ ବାବା ବୟାନ ଜାି କରି ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ, ଏହି ଘଟଣାରେ ଦୋଷୀଙ୍କୁ ଛଡାଯିବ ନାହିଁ ।