କ୍ଷୀର କଣ୍ଟେନରକୁ ଧକ୍କା ଦେଲା ବସ୍, ୧୮ ମୃତ


ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନ୍ନାଓ୍ବରେ ମର୍ମନ୍ତୁଦ ଦୁର୍ଘଟଣା । ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି । ଏକ କ୍ଷୀର କଣ୍ଟେନରକୁ ବସ୍ ଧକ୍କା ଦେବାରୁ ଏମିତି ଘଟିଛି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିହାର ସୀତାମଣ୍ଡିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ବସ୍ । ନିୟନ୍ତ୍ରଣ ହରାଇ କ୍ଷୀର କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସଂପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଛି ।