Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ କଲେଜ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି:୧୦/୦୭(ସନତ ପ୍ରଧାନୀ)
କୋକସରା ବ୍ଲକ ସଦର ଡିଗ୍ରୀ ମହାବିଦ୍ୟାଳୟ ରେ ବୁଧବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ପକ୍ଷରୁ ଏନସିସି ଛାତ୍ରଛାତ୍ରୀ ସଲାମି ଦେଇ ପାଛୋଟି ଆଣିବା ପରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ମହାବିଦ୍ୟାଳୟ ପରିସରରେ ୟୁଥ ରେଡ଼କ୍ରସ,ଏନସିସି ସ୍ବେଛାସେବୀ ଓ ଛାତ୍ରଛାତ୍ରୀ ଙ୍କ ସହ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେଇଥିଲେ ବିଧାୟକ। ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ତଥା ଅଧ୍ୟାପକ ସୁବ୍ରତ କୁମାର ବେହେରା, ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ,ଅଧ୍ୟାପକ ଐରି ନାସନ ଚିନ୍ଦା,ଜଗନ ଚନ୍ଦାନି,ଅଧ୍ୟାପିକା କନକ ମଞ୍ଜରୀ ବେହେରା,ବେଦମତି ବାରିକ,ଖେଳ ଶିକ୍ଷକ ପ୍ରତାପ ବିଶି, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ,ପୁଷ୍ପିତା ବିଶି ଓ କୋକସରା ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।