ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି ମାରିଲେ ମାଓବାଦୀ


ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀ ନେଲେ ଜୀବନ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ । ମୃତ ଯୁବକ ଜଣଙ୍କ ହେଲେ ମାଣ୍ଡବି ରାଜାରାବ । ଏଥିସହ ୨ଜଣ ଯୁବକଙ୍କୁ ମାସବାଦୀମାନେ ନିର୍ଧୁମ ମାଡ଼ ମାରିଛନ୍ତି । ମାଓବାଦୀଙ୍କ ମାଡ଼ରେ ଯୁବକ ଦ୍ବୟ ଗୁରୁତର ହୋଇ ପଡ଼ିଥିବା ଅଭିଯୋଗ ହୋଇଛି ।

ଗତକାଲି କିଛି ସଶସ୍ତ୍ର ମାଓବାଦୀ ଗାଁକୁ ଆସିଥିଲେ । ସେମାନେ ମାଣ୍ଡବି ଓ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଡାକି ନେଇଥିଲେ । ପରେ ପ୍ରଜାକୋର୍ଟରେ ମାଓବାଦୀମାନେ ମାଣ୍ଡବିଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଦୁଇ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ ।

ଖବର ପାଇବା ପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏହାସହ ଅଞ୍ଚଳରେ ଲୁଚିଛପି ରହିଥିବା ମାଓବାଦୀଙ୍କୁ ଧରିବାକୁ ପୋଲିସ ଯୋଜନା ପ୍ରସ୍ତୁତ କରୁଛି ।