Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକୁ ନିୟମିତ ଯାଞ୍ଚ ପାଇଁ ପରାମର୍ଶ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗର ପି.ସି.ପି.ଏନ.ଡି.ଟି. ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ପି.ସି.ପି.ଏନ.ଡି.ଟି ଆଇନକୁ କଡାକଡି ପାଳନ କରିବା ପାଇଁ ତଦାରଖ କମିଟି ମାଧ୍ୟମରେ ଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକର ନିୟମିତ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ଜିଲ୍ଲାରେ ଲିଙ୍ଗ ଅନୁପାତକୁ ବଜାୟ ରଖିବା ପାଇଁ ବିଭିନ୍ନ ବିଭାଗ ର ସମନ୍ୱୟ ରେ ବ୍ୟାପକ ଜନ ସଚେତନତା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା। ସମସ୍ତ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଟ୍ରାସାଉଣ୍ଡ ର ବ୍ୟବସ୍ଥା ହେବ ସେଥିପାଇଁ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଯଥା ଵିଧି ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। କାୟାକଳ୍ପ ପାଇଁ ଶତ ପ୍ରତିଶତ ତଥା ଇନକ୍ୱାସ ସାର୍ଟିଫିକେସନ ପାଇଁ ରାଜ୍ୟରୁ ଦେଇଥିବା ଲକ୍ଷ୍ୟ ଧାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଉପଜିଲ୍ଲାପାଳ ସୋନପୁର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ , ଡ଼ିସିପିଓ, ସାମ୍ବାଦିକ ସ୍ୱାଧୀନ ମେହେର, ଡି.ଆଇ.ପି.ଆର.ଓ, ନିର୍ବାହୀ ଅଧିକାରୀ ପୌର ପରିଷଦ ତଥା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ