Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶରେ ସବୁ ଧର୍ମ ପାଇଁ ଦୁଇ ସନ୍ତାନ ଆଇନ ଲାଗୁ କରିବାକୁ ଦାବି ପତ୍ର

ସମ୍ବଲପୁର:ଦେଶରେ ୨ ସନ୍ତାନ ପାଇଁ ସବୁ ଧର୍ମ ପାଇଁ ଆଇନ ବ୍ୟବସ୍ଥା ଲାଗୁ କରିବାକୁ ଜନମତ ପ୍ରକାଶ ପାଇଛି।ଏହି ଉଦ୍ଦେଶ୍ଯରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାନୀୟ ଜିଲ୍ଲାପାଳଙ୍କ ମାଧ୍ଯମରେ ଗୁରୁବାର ଜନ ସଂଖ୍ୟା ଫାଉଣ୍ଡେସନ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଛି।ଦାବି ପତ୍ରର ମୁଖ୍ୟ ଉଦ୍ଦେଶ୍ଯ ହେଲା ଯେ,ଯଦି ଦେଶରେ ସମାନ ଆଇନ ଲାଗୁ ନ ହୁଏ ତେବେ ୨୦୫୦ ବେଳକୁ ଭାରତର ହିନ୍ଦୁ ମାନେ ସଂଖ୍ୟା ଲଘୁରେ ପରିବର୍ତ୍ତିତ ହୋଇଯିବେ।କୌଣସି ଆଇନ ନ ଥିବାରୁ ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଧର୍ମର ଜନ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହାକି ଅତ୍ୟନ୍ତ ଉଦବେଗର ବିଷୟ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ପତ୍ର ରେ ଉଲ୍ଲେଖ ରହିଛି।ଫଳ ସ୍ୱରୁପ ସୁସ୍ଥ ସମାଜରେ ବିଶୃଙ୍ଖଳା ବାତା ବରଣ ସୃଷ୍ଟି ହେବା ନେଇ ଆଶଙ୍କା ଥିବା ସ୍ମାରକ ପତ୍ରରେ ଦର୍ଶାଯାଇଛି।ଗୋଟିଏ ପଟେ ଭାରତୀୟସମ୍ବିଧାନ ସବୁ ନାଗରିକଙ୍କ ପାଇଁ ସମାନ ନୀତି ନିୟମ ଲାଗୁ କରୁଥିବା ବେଳେ, ଧର୍ମ ଅନୁସାରେ କାହିଁକି ଭେଦ ଭାବ କରାଯାଉଛି ରୋକିବାକୁ ସମାନ ଆଇନ ତୁରନ୍ତ ଲାଗୁ କରିବାର ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଇଛି।ଭାରତ ସରକାର ଏ ଦିଗରେ ପଦକ୍ଷେପ ନେଇ ସମାନ ନାଗରୀକ ସଂହିତା ଲାଗୁ କରିବାକୁ ଦାବି ପତ୍ରରେ ଅନୁରୋଧ କରାଯାଇଛି।ଦ୍ରୁତ ଜନସଂଖ୍ୟା ବୃଦ୍ଧି କାରଣରୁ ଦେଶର ପ୍ରାକୃତିକ ସମ୍ପଦ ନଷ୍ଟ ହେବାରେ ଲାଗିଛି।ଦେଶର ଚାଷ ଓ ଜଙ୍ଗଲ ଜମି ଦ୍ରୁତ ଗତିରେ ଅବକ୍ଷୟ ହେଉଛି । ଖାଦ୍ୟ ଜଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦ୍ରୁତ ଗତି ରେ କ୍ଷୟ ହେଉଥିବାରୁ ପରବର୍ତ୍ତୀ ସମୟରେ ଏହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ପ୍ରଶ୍ନ ସୃଷ୍ଟି କରିପାରେ ବୋଲି ଆଶଙ୍କାକୁ ଦାବି ପତ୍ରରେ ସ୍ଥାନ ଦିଆଯାଇଛି।ତେଣୁ ଦେଶରେ ସମାନ ନାଗରିକ ଆଇନ ତୁରନ୍ତ ଲାଗୁ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।ଭାରତୀ ପଣ୍ଡାଙ୍କ ନେତୃତ୍ୱ ରେ ପ୍ରଦୀପ ସୂପକାର, ଆଶୁତୋଷ ବିଶି,ଉପେନ୍ଦ୍ର ଝା, ଦଶରଥ ବନଛୋର,ମନୋଜ ପଣ୍ଡା,ସୁଜିତ୍ ମିଶ୍ର, କମଳ ପଣ୍ଡା, ଅରବିନ୍ଦ ନାୟକ ପ୍ରମୁଖ ଏହି ଦାବି ପତ୍ର ଦେବା ସମୟରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ