Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧଳପୁର ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୁରୁବାର ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଗୁରୁତର ହୋଇ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଧଳପୁର ଗ୍ରାମର କୁନ୍ତଳା ରୂଷି ନାମକ ଜଣେ ୬୦ ବର୍ଷୀୟା ମହିଳା ଗୁରୁବାର ସକାଳ ୮ଟା ସମୟରେ ନିଜ ଘର ବାଡ଼ିରେ ଫୁଟିଥିବା ଅଜଣା ଛତୁ ତୋଳି ତାହାକୁ ତରକାରୀ ଭାବେ ରାନ୍ଧିଥିଲେ । ଛତୁ ରାନ୍ଧି ସାରିବା ପରେ କୁନ୍ତଳା ତାର ପୁଅ କୁମୁଦ ରୂଷି, ୧୧ ବର୍ଷୀୟା ଝିଆରୀ କୋଶଲ୍ୟା ଏବଂ ସମ୍ପର୍କୀୟ ରମାକାନ୍ତ ଋଷିଙ୍କୁ ଖାଇବାକୁ ଦେଇ ସେ ନିଜେ ମଧ୍ୟ ଖାଇଥିଲେ । ଛତୁ ତରକାରୀ ଖାଇ ସାରିବା ପରେ ସମସ୍ତେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡିଥିଲେ । ଏହା ଜାଣିବା ପରେ ପରିବାରର ଅନ୍ୟ ସଦସ୍ୟ ମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ନେଇଥିଲେ । ତେବେ ଚିକିତ୍ସା ପରେ କୌଶଲ୍ୟା ଏବଂ ରମାକାନ୍ତ ସମ୍ପୂର୍ଣ ଭାବେ ସୁସ୍ଥ ହୋଇଥିବାବେଳେ ଗୁରୁତର କୁନ୍ତଳା ଏବଂ ପୁଅ କୁମୁଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଖବର ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories