Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମ୍ୟୁନିସିପାଲଟି ଛକରୁ ଆଶାପାଲି ସ୍କୁଲ ପଯ୍ୟନ୍ତ ରାସ୍ତାରେ ଥିବା ଦୋକାନୀଙ୍କ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପକ୍ଷରୁ ସହରର ମ୍ୟୁନିସିପାଲଟି ଛକ ଠାରୁ ଆଶାପାଲି ସ୍କୁଲ ପଯ୍ୟନ୍ତ ରାସ୍ତା ଉପରେ ଥିବା ପରିବା ବିକାଳି ଙ୍କୁ ଉଚ୍ଛେଦ କରିବା ପ୍ରକ୍ରିୟା ଶୁକ୍ରବାରଠୁ ଆରମ୍ଭ ହୋଇଛି। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପକ୍ଷରୁ ଏନଫୋର୍ସମେଣ୍ଟ ଅଫିସର ଶ୍ରୀନିବାସ ମିର୍ଦ୍ଧାଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ୍ ଏହି ଉଚ୍ଛେଦ କାର୍ଯ୍ୟ ପ୍ରକ୍ରିୟା ରେ ସାମିଲ ଥିଲେ। ତେବେ ମ୍ୟୂନସିପାଲଟି ଛକରୁ ଆଶାପାଲି ସ୍କୁଲ ପଯ୍ୟନ୍ତ ରାସ୍ତାରେ ଥିବା ପରିବିକାଳି ତଥି ଉଠା ଦୋକାନୀଙ୍କ ପାଇଁ ବିଭିନ୍ନ ସମୟରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ମୋ ବସ ସେବା ରେ ବାଧା ସୃଷ୍ଟି ହେବା ସହ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ଉଚ୍ଛେଦ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ ଏହି ରାସ୍ତା ଉପରେ ଥିବା ପରିବା ବିକାଳି ତଥା ଦୋକାନୀ ଙ୍କୁ ଉଚ୍ଛେଦ କରି ରାମସାଗର ବନ୍ଧ ନିକଟରେ କରାଯାଇଥିବା ଥିବା ଭେଣ୍ଡିଙ୍ଗ ଯୋନ ଠାରେ ଥଇଥାନ କରାଯିବ । ତେବେ ମ୍ୟୁନିସିପାଲଟି ଛକ ନିକଟରେ ପରିବା ବିକାଳି ତଥା ଦୋକାନୀଙ୍କୁ ଉଚ୍ଛେଦ ସମୟରେ ଏନଫୋର୍ସମେଣ୍ଟ ଅଫିସର ନିଜେ ଉପସ୍ଥିତ ରହି ପରିବା ବିକାଳି ତଥା ଦୋକାନୀ ଙ୍କୁ ଭେଣ୍ଡିଙ୍ଗ ଯୋନକୁ ଯାଇ ନିଜ ଦୋକାନ କରିବାକୁ ବୁଝାଉଥିବା ଦେଖାଦେଇଥିଲା।