Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁପରେ ବି ଦୁନିଆ ଦେଖିବ ଶୁଭ୍ରା ଦେଙ୍କ ଆଖି

ସମ୍ବଲପୁର :ଶାନ୍ତିନଗର ନିବାସୀ ୭୩ ବର୍ଷିୟା ଶ୍ରୀମତୀ ଶୁଭ୍ରା ଦେଙ୍କ ଦେହାନ୍ତ ପରେ ତାଙ୍କ ଚକ୍ଷୁ ସଂଗ୍ରହ କରାଯାଇଛିl ଆଜି ଶୁଭ୍ରାଦେ ଙ୍କ ତିରୋଧାନ ପରେ ତାଙ୍କ ପରିବାର ବର୍ଗ ଚକ୍ଷୁ ସଂଗ୍ରହ ପାଇଁ ଚକ୍ଷୁଦାନ ସଂସ୍ଥା ” ଜ୍ୟୋତି ” ସହ ଯୋଗାଯୋଗ କରିଥିଲେ l ଅନୁଷ୍ଠାନର ଅନୁରୋଧକ୍ରମେ ଭୀମସାର ଚକ୍ଷୁବେଙ୍କ ତଥା ଚକ୍ଷୁ ବିଭାଗର ଡା.ରଞ୍ଜିତା ଅମାନତ୍ୟା, ଡ଼ା.ପୁର୍ବାଶା ପଣ୍ଡା,ଡ଼ା. ସଶ୍ବିତା,ଚକ୍ଷୁ ସଂଗ୍ରାହକ ଉପଦେଷ୍ଟା ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସମ୍ବଲପୁର ଆସି ଚକ୍ଷୁ ସଂଗ୍ରହ କରିଥିଲେ l ” ଜ୍ୟୋତି ” ଅନୁଷ୍ଠାନର ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀ, ଗୋପାଳ ବହିଦାର, ମୃତକଙ୍କ ସ୍ୱାମୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ତରୁଣ କାନ୍ତି ଦେ, ପୁତ୍ର ଜୀବନ ବୀମା ନିଗମର କର୍ମଚାରୀ ତୁହିନ ଦେ ଏବଂ ପରିବାରବର୍ଗ ଚକ୍ଷୁ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ l ଚକ୍ଷୁ ସଂଗ୍ରହ ପରେ ଚକ୍ଷୁ ବେଙ୍କ ତରଫରୁ ତାଙ୍କ ପରିବାରବର୍ଗଙ୍କୁ ଚକ୍ଷୁଦାନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ