Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାହୁଡା ପ୍ରସ୍ତୁତି: ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ବନ୍ଦ

ପୁରୀ: ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ତିନି ରଥ ଦକ୍ଷିଣ ମୋଡ ନେଇ ସାରିଛନ୍ତି । ସୋମବାର ବାହୁଡା ଯାତ୍ରା ଥିବାରୁ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ଅପରାହ୍ଣ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ । ଶନିବାର ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଏଣୁ ଧାର‌୍ୟ୍ୟ ସମୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ଏବେ ତିନି ରଥ ନାକଚଣା ଦ୍ୱାର ଆଗରେ ଲାଗିଛି। ଆସନ୍ତାକାଲି ସଂଧ୍ୟା ଦର୍ଶନ ରହିଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଅପରାହ୍ଣ ୪ଟା ଯାଏଁ ଦର୍ଶନ ବ୍ୟବସ୍ଥା ଥିଲା ତାହା ୫ଟା ଯାଏଁ ବଢ଼ାଇଛି ପ୍ରଶାସନ।

More Stories