Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ପରିଦର୍ଶନ କଲେ ମନ୍ତ୍ରୀ,ସମସ୍ୟା ବୁଝି ପ୍ରୋଜେକ୍ଟ ପଠାଇବାକୁ ଦେଲେ ନିର୍ଦ୍ଦେଶ

ସମ୍ବଲପୁର:ସମ୍ବଲପୁର-ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ବ୍ଲକ କୁଲୁଣ୍ଡି ଠାରେ ଥିବା ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି କୁଚିଣ୍ଡା ବିଧାୟକ ତଥା ପଞ୍ଚାୟତରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ।
ଦୀର୍ଘ ଦିନର ଏହି ମହାବିଦ୍ୟାଳୟ ବର୍ତ୍ତମାନଭିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସମସ୍ୟାର ସମାଧାନ ନେଇ କର୍ତ୍ତୁପକ୍ଷ କିମ୍ବା ପଦସ୍ଥ ଅଧିକାରୀଙ୍କ ଟାଲଟୁଲ ନୀତି ରହିଥିଲା।ଫଳରେ ଏକଦା ଓଡିଶାରେ ସର୍ବଶ୍ରେଷ୍ଟ ମାନ୍ୟତା ପାଇଥିବା ଏହି ମହାବିଦ୍ୟାଳୟ ପ୍ରତି ସରକାରୀ ଷଡଯନ୍ତ୍ର ଲାଗିରହିଥିଲା।ଆଜି ମନ୍ତ୍ରୀ ନାଏକ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ପହଞ୍ଚିବା ପରେ ସ୍ଥାନୀୟ ଉଦ୍ୟୋକ୍ତା ଓ ଜନତା ମହାବିଦ୍ୟାଳୟର ଭିତ୍ତିଭୂମି ଓ ରାଜ୍ୟ ହିତକୁ ନେଇ କୁଲୁଣ୍ଡି ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ଶାରୀରିକ ବିଶ୍ୱବିଦ୍ୟାଳୟ ନେଇ ଦାବି ଉଠିଥିଲା। ଏପରିକି ମହିଳା ହଷ୍ଟେଲ ନଥିବାରୁ ଛାତ୍ରୀଙ୍କ ନାମଲେଖା ଉପସ୍ଥାନ କମି ଯାଉଥିବାରୁ ମହିଳା ହଷ୍ଟେଲର ଜରୁରୀ ଆବଶ୍ୟକତା,ସୁରକ୍ଷା ବ୍ୟବସ୍ଥା,ଆଉଟ ଡୋର ଓ ଇନଡୋର ଷ୍ଟାଡିୟମ ଭଳି ବହୁ ଦାବି ବିଷୟରେ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା।ମହାବିଦ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଉଦ୍ୟୋକ୍ତା ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ସାମାଜିକ ବ୍ୟକ୍ତି ବିଶେଷ ଆଲୋଚନାରେ ଭାଗ ନେଇଥିଲେ। ଦୀର୍ଘ ବର୍ଷ ହେଲା ଏହି ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଦାବି ହୋଇ ଆସୁଛି।କିନ୍ତୁ କେତେକ ଉପକୂଳିଆଙ୍କ ପ୍ରଭାବ ଯୋଗୁଁ ପଶ୍ଚିମ ଓଡିଶାର ଏପରିକି ରାଜ୍ୟର ଏହି ପ୍ରସିଦ୍ଧ ମହାବିଦ୍ୟାଳୟ ପ୍ରତି ସରକାର ଆଖି ମୁଜି ଦେଉଥିବାରୁ ଏହି ସମୟରେ ଉଦବେଗ ପ୍ରକାଶ ପାଇଥିଲା।
ମନ୍ତ୍ରୀ ସବୁ ଅବଗତ ହୋଇ ଉପଲବ୍ଧି କରିବା ପରେ ଯଥା ଶିଘ୍ର ଉନ୍ନତିକରଣ ଓ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରାଧେଶ୍ୟାମ ବାରିକ,ବାହାମ ସରପଞ୍ଚ୍ ସରସ୍ବତୀ ଭୋସାଗର ପ୍ରମୁଖ ନେତୃସ୍ଥାନୀୟ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ସୂଚନା ଯୋଗ୍ୟଯେ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳିରେ ଆସୁଥିବା ଏହି ମହାବିଦ୍ୟାଳୟ ପାଇଁ ତାଙ୍କର ପୁର୍ବ ସଂଗ୍ରାମ,ପରାମର୍ଶ ଓ ଦାବି ପ୍ରତି ଗତ ସରକାର ସବୁବେଳେ ଅଣଦେଖା କରି ଆସୁଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ