ଝାଙ୍କରପାଲି ଠାରେ ବନମହୋତ୍ସବ:ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର:ଯୁଯୋମୁରା ବ୍ଳକର ଝାଙ୍କରପାଲି ଠାରେ ଶନିବାର ବନମହୋତ୍ସବ ପାଳନ ଅବସରରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଗନ୍ନାଥ ଝାଙ୍କରପାଲି ଓ ଝାଙ୍କରପାଲି ଯୁବକ ସଂଘ ପକ୍ଷରୁ ମିଳିତ ଭାବରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୨୦୦ ଗୋଟି ଫଳ ଗଛ ସହ ବିଭିନ୍ନ ଔଷଧୀୟ ବୃକ୍ଷକୁ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଗନ୍ନାଥ ଝାଙ୍କରପାଲି ର ସବୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଝାଙ୍କରପାଲି ଯୁବକ ସଂଘ ପକ୍ଷରୁ ସବୁ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ।