Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ଆଜି ବୌଦ୍ଧ ଅବତାର (ପଦ୍ମମୁଖ ) ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଆଜି ସପ୍ତମୀ ଶୁକ୍ରବାର ଦିନ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ବୌଦ୍ଧ ଅବତାର ପଦ୍ମମୁଖ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ବିଭିନ୍ନ ବେଶ ଦର୍ଶନ ମହାପୁଣ୍ୟ ଓ ଅନେକ ଫଳ ପ୍ରାପ୍ତି ଅଟେ। ମହାପ୍ରଭୁଙ୍କ ଦିବ୍ୟ ଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ିରେ ରହି ଦର୍ଶନ କରିଥିବା ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ଓ ପୋଲିସ୍ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟ ରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି। ଏହି କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭଜନ ସଂଗୀତର ମଜା ନେଇଥିବା ବେଳେ ଆଜି ଭଟଲି ର ଫୋକ ଡାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଈଥିଲା। ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ ପଦ୍ମ ମୁଖ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡାଠାରେ ମଧ୍ୟ ପଦ୍ମ ମୁଖ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ