Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିଠୁ ଖରା ଛୁଟି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ଖରା ଛୁଟି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସମସ୍ତ ସ୍କୁଲ ଛୁଟି । ପ୍ରଚଣ୍ଡ ତାତିକୁ ଦେଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୧୫ ଦିନ ପୂର୍ବରୁ ଖରା ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତାତିରୁ ନିସ୍ତାର ନମିଳିବାରୁ ଆଜିଠୁ ଖରା ଛୁଟି ଘୋଷଣା କରାଯାଇଛି ।

ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନ କରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ  ସ୍ୱତନ୍ତ୍ର ସିଲାବସର ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିରେ ପ୍ରତି ୧୦ଜଣ ପିଲାଙ୍କୁ ନେଇ ହୋଇଥିବା ଗ୍ରୁପର ମନିଟରିଂ କରିବେ ଜଣେ ଶିକ୍ଷକ।

ଅନ୍ୟପଟେ ଆଜି ରାଜ୍ୟସ୍ତରୀୟ ପ୍ୟାରେଣ୍ଟସ୍ ଟିଚର୍ସ ମିଟିଂ ଅନୁଷ୍ଠିତ ହେବାକୁ ଯାଉଛି। । ଖରା ଯୋଗୁଁ ଏହି ମିଟିଂରେ ପିଲାମାନେ ଯୋଗ ଦେବେନି ବୋଲି ଜଣାପଡ଼ିଛି।