Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଛୁଆକର ଲାଗି ଗଛଟେ କାର୍ଯ୍ୟକ୍ରମର ଏକାଦଶ ଦିବସୀୟ ବୃକ୍ଷରୋପଣ

ସମ୍ବଲପୁର:ଆଜି ଖଲିଆପାଲି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ “ଛୁଆକର ଲାଗି ଗଛଟେ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜୟଦୁର୍ଗା କୃଷକ କ୍ଲବ, ପଡିଆବହାଲ ର ସଦସ୍ୟ ମାନେ ଏକତ୍ରିତ ହୋଇ ବଜାର ପରିସରରେ ବୃକ୍ଷରୋପଣ କରିଥିଲେ l ପରିବର୍ତ୍ତନଶୀଳ ପରିବେଶରୁ ମୁକ୍ତି, ଅମ୍ଳଜାନର ବୃଦ୍ଧି, ବୃଷ୍ଟିପାତର ନିୟମିତକରଣ ସହିତ ଆଗାମୀ ପିଢ଼ିର ଭବିଷ୍ୟତ ସୁରକ୍ଷିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ୍ୟ l ଏହି କାର୍ଯ୍ୟକ୍ରମ ପାଖାପାଖି ଦୁଇ ମାସ ଚାଲିବା ଲକ୍ଷ୍ୟ ରଖାଯାଇ ଆଜି ଏକାଦଶ ଦିବସ ରେ ପଦାର୍ପଣ କରିଛି l ଏହା ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯିବା ସହିତ ଗଛ ଲଗାଇବା ପାଇଁ ସାମିଲ କରାଯାଉଛି l ଏହି କାର୍ଯ୍ୟକ୍ରମ ରେ କ୍ଲବର ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ନନ୍ଦିକେଶ ସାହୁ, ରୁଦ୍ରପ୍ରସନ୍ନ ବଡ଼ପଣ୍ଡା, ନରେଶ ବାଗ, ଗୌର ଭୁଏ, ପଞ୍ଚାନନ ସାହୁ ପ୍ରମୁଖ ଚାଷୀମାନେ ସାମିଲ ହୋଇ ବୃକ୍ଷରୋପଣରେ ସହଯୋଗ କରିଥିଲେ।