Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ଜଗତସିଂହପୁର ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁବନେଶ୍ୱର: ରାଜନେତା ତଥା ପୂର୍ବତନ ଜଗତସିଂହପୁର ସାଂସଦ ତ୍ରିଲୋଚନ କାନୁନଗୋ ଶୁକ୍ରବାର ଦିନ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ସୂଚନାନୁସାରେ, ତିନିଥର ବିଧାୟକ ଏବଂ ବିଜେଡି ସାଂସଦ ହୋଇଥିବା ତ୍ରିଲୋଚନ ମାର୍ଚ୍ଚ ୩୦ ରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୯୯ରେ ଜଗତସିଂହପୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ କାନୁନଗୋ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କଟକ ପୌରପାଳିକାର ଚେୟାରମ୍ୟାନ୍ ଭାବରେ ଲୋକପ୍ରିୟତା ହାସଲ କରିଥିଲେ। ସେ ଜଣେ ବିଦ୍ୱାନ ରାଜନେତା ଭାବେ ପରିଚିତ। ସେ ଦ୍ୱିତୀୟ ଓଡ଼ିଶା ଅର୍ଥ ଆୟୋଗର ଅଧ୍ୟକ୍ଷ ଥିଲେ।

କାନୁନଗୋ ୧୯୬୦ ଦଶକରେ ରେଭେନ୍ସା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ତଥା ସଭାପତି ଥିଲେ। ସେ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ବଡ ଭାଇ, ଯିଏକି ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ। କାନୁନଗୋ ଗତ କିଛି ବର୍ଷ ଧରି କଟକ ସହରର ଶେଖ ବଜାର ଅଞ୍ଚଳରେ ରହୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ