Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ; ଏକାଠି ହେବାକୁ ମନା

ସମ୍ବଲପୁର: ସମ୍ବଲପୁରରେ ୧୨ ଘଣ୍ଟା କୋହଳ ହେଲା କର୍ଫ୍ୟୁ କଟକଣା। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହା ପୂର୍ବରୁ ମଧ୍ୟ  ୧୧ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା। ଅନ୍ୟପଟେ ଗତକାଲି ଦିନ ୧୦ଟାରୁ ଲିଜ୍ ଲାଇନ ଓ ବ୍ରଡ୍ ବ୍ୟାଣ୍ଡ ସେବା ଚାଲୁ ରହିଛି। ଫଳରେ ଲୋକେ ଅଫିସ କାର୍ଯ୍ୟ କରିପାରୁଛନ୍ତି। ତେବେ ଇଣ୍ଟରନେଟ୍‌ ସେବାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ତେବେ କର୍ଫ୍ୟୁ ସମୟରେ ଗୋଟିଏ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏ ନେଇ ସମ୍ବଲପୁରୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଧାର୍ମିକ ସ୍ଥଳରେ ମଧ୍ୟ ଏକାଠି ହେବାକୁ ମନା ହୋଇଛି। ଲୋକେ ଏକାଠି ହେବା ପୂର୍ବରୁ ଅନୁମତି ନେବାକୁ ହେବ। ଯେଉଁମାନଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି, ସେମାନଙ୍କ ଦ୍ୱାରା ଯେମିତ ଟ୍ରାଫିକ ସମସ୍ୟା ନଉପୁଜେ ସେଥିପ୍ରତି ଧ୍ୟାନ ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ