Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜ୍ୟରେ ୧୮ ହଜାର କନିଷ୍ଟ ଶିକ୍ଷକ ପାଇବେ ନିଯୁକ୍ତି-ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:ଓଡିଶା ସରକାରୀ ସ୍କୁଲର ପୁଣି ଭାଗ୍ୟ ଉଦୟ ହେବ।ରାଜ୍ୟର ବିଭିନ୍ନ ସ୍କୁଲରେ ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି ଦିଆଯିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ସଂପର୍କରେ ସୂଚନା ଦେଇଛନ୍ତି।ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବ। ଯେଉଁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି ସେଠାରେ ଶିକ୍ଷକ ନିଯୁକ୍ତି ପାଇବେ। ନୂଆ ଶିକ୍ଷକ ନିଯୁକ୍ତି ଫଳରେ ଡ୍ରପ ଆଉଟ ସଂଖ୍ୟା କମିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଫଳରେ ସରକାରୀ ସ୍କୁଲରେ ଡ୍ରପ୍ ଆଉଟ୍ କମିବା ସହିତ ପିଲାଙ୍କ ନାମଲେଖା ଉପସ୍ଥାନ ମଧ୍ୟ ବୃଦ୍ଧି ପାଇପାରିବ।ପ୍ରାଥମିକ ସ୍କୁଲ ମାନଙ୍କରେ ଶିକ୍ଷକ ଅଭାବ ଯୋଗୁଁ ରାଜ୍ୟ ବହୁ ସ୍କୁଲରେ ପିଲାଙ୍କ ନୈରାଶ୍ୟଜନକ ଭାବେ ଉପସ୍ଥାନ କମିଯାଇଥିଲା।ଫଳରେ ରାଜ୍ୟର ଅନେକ ସ୍କୁଲ ବନ୍ଦ ହୋଇଯାଇଛି।