Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମଶାଳା ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ତ୍ରିଦିବସୀୟ ସାହିତ୍ୟ ସୃଜନୀ ତାଲିମ ଶିବିର ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ନୋଡାଲ ହାଇସ୍କୁଲ ଧର୍ମଶାଳା ଠାରେ ତ୍ରିଦିବସିୟ ସାହିତ୍ୟ ସୃଜନୀ ତାଲିମ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି । ଏ ତାଲିମ ଶିବିରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମେହେର ଯୋଗଦେଇ କାର୍ଯ୍ୟକ୍ରମ ର ସାଫଲ୍ୟ କାମନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ଶିକ୍ଷକ ତଥା ଯୁବକବି ଶଙ୍ଖସିନ୍ଧୁ ପୁରୋହିତ , ସୁବଳୟା ହାଇସ୍କୁଲ ର ଶିକ୍ଷକ ଚନ୍ଦ୍ରମଣି ବାଘ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ। ଆଜିର ଏ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ଓ ବିରମହାରାଜପୁର ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲ ର ସାହିତ୍ୟ ସୃଜନୀ କ୍ଲବ ର ମେଣ୍ଟର ମାନେ ଉପସ୍ଥିତ ଥିଲେ।