Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଜେମା ଙ୍କ କାନ୍ଧରେ ଦୁଇ ନାବାଳକ ନାତି ନାତୁଣୀ ଙ୍କ ବୋଝ, ଥଇତାନ ପାଇଁ ପ୍ରତିଶ୍ରୁତି ଦେଲେ ବିଡ଼ିଓ।

କଳାହାଣ୍ଡି:୨୦/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ପଞ୍ଚାୟତ ଛତାବାନ୍ଦୁଗୁଡା , ଗାଁ ର ବାପ ଛେଉଣ୍ଡ ଦୁଇ ନାବାଲକ ପୁଅ ଝିଅ, ଗଜିନ୍ଦ୍ର ଦଣ୍ଡସେନା ବୟସ ୫,ଓ କମଳା ଦଣ୍ଡସେନା ବୟସ ୪,ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଘଟଣା ସାମ୍ନା କୁ ଆସିଛି ।ଏହି ଦୁଇ ନାବାଳକ ଙ୍କ ସାହାରା ହେଉଛି ବୁଢ଼ୀ ଜେଜେମା।କୁନ୍ତୀ ଦଣ୍ଡସେନା। ଦିନ ଥିଲା ବାପା, ମା ଙ୍କ ସହ ଦୁଇ ନାବାଳକ ହସଖୁସି ରେ ରହୁଥିଲେ ପରିବାର ଥିଲା। ବାପା ବିଷ୍ଣୁ ଦଣ୍ଡସେନା ଅସମୟରେ ଆରପାରି କୁ ଚାଲିଗଲା ପରେ ଏହି ପରିବାର ଉପରେ ଦୁଃଖ ର କଳାବାଦଲ ମାଡି ଆସିଲା। ବାପା ଙ୍କ ମୃତ୍ୟୁ ପରେ ଜନ୍ମ ଦେଇଥିବା ମା ମଧ୍ୟ ଦୁଇ କଅଁଳ ଛୁଆଁ ଙ୍କୁ ପର କରିଦେଇ କୁଆଡେ ସଂସାର ବସାଇବାକୁ ଚାଲିଗଲା। ସେହି ଦିନ ଠାରୁ ବୁଢ଼ୀ।ଜେଜେମା ହିଁ ତାଙ୍କର ସାହା ଭରଷା ବୁଢ଼ୀ ମା ଙ୍କ ର କୌଣସି ରାହା ନାହି, ସେଥି ପାଇଁ ଦୁଇ ନାତି ନାତୁଣୀ ଙ୍କୁ ନେଇ ଚଲିବା ତାଙ୍କ ପକ୍ଷେ ହୋଇ ପଡ଼ିଛି, ଦିଓଲି ଖାଇବା ପାଇଁ ଦାନା, କେମିତି ଛୁଆ ଙ୍କୁ ପାଠ ପଢେଇବେ, ସେମାନଙ୍କ ଭବିଷ୍ୟତ ଗଢିବେ ସେହି ଚିନ୍ତା ରେ ଭାଙ୍ଗି ପଡିଛନ୍ତି ବୃଦ୍ଧା। ଏହି ବାପା ମା ଛେଉଣ୍ଡ ପିଲା ଙ୍କ କିଛି ଥଇଥାନ ପାଇଁ ଗାଁ ର ବୁଦ୍ଧିଜୀବୀ ଜୟପାଟଣା ଆଦିବାସୀ ସଂଘ ର ସଭାପତି ମନୋଜ ପାତ୍ର, ପୁରୁଷୋତ୍ତମ ମାଝୀ,ଗଙ୍ଗାଧର ମାଝୀ, ଗଣମାଧ୍ୟମ ଜରିଆରେ ସରକାର ଙ୍କ ଦୃଷି ଆକର୍ଷଣ ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ଜୟପାଟଣା।ବିଡ଼ିଓ ଧର୍ମରାଜ୍ ମାଝୀ ଙ୍କୁ ପଚାରିବାରୁ ଦୁଇ ନାବାଳକ ଛୁଆଁ ଙ୍କ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଶା ବ୍ଲକ ପ୍ରଶାସନ ଦୁଇ କଅଁଳ ଶିଶୁ ଙ୍କୁ ଥଇତାନ କରିବା ସହ ସେମାନଙ୍କ ଭବିଷ୍ୟତ ଗଢିବାରେ ପଦକ୍ଷେପ ନେଇ ବୃଦ୍ଧା ଜେଜେମା ଙ୍କ ମୁହଁରେ ହସ ଫୁଟାଇବେ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ