Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳଙ୍କୁ ସମ୍ବର୍ଦ୍ଧନା:୪ରେ ଗୋଁଣ୍ଡ ମହାସଭାର ସ୍ଵତନ୍ତ୍ର କାର୍ଯ୍ୟକାରିଣୀ ସଭା

ସମ୍ବଲପୁର :ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ସମ୍ବଲପୁର ସଦର ଉପଖଣ୍ଡ (ମାନେଶ୍ଵର, ଧନକୌଡା, ରେଙ୍ଗାଲି ବ୍ଲକ) ର ଆୟୋଜନରେ ଉପଖଣ୍ଡ ସଭାପତି ଶତ୍ରୁଘ୍ନ ଧୁରୁଆଙ୍କ ସଭାପତିତ୍ବରେ ତବଳା ଜଘାଂ ମନ୍ଦିର ପ୍ରାଙ୍ଗଣରେ ନବନିର୍ବାଚିତ ରେଙ୍ଗାଲି ବିଧାନସଭାର ମାନ୍ୟବର ବିଧାୟକ ସୁଦର୍ଶନ ହରିପାଳଙ୍କୁ ସ୍ୱାଗତ ସମର୍ଦ୍ଧନା ଦିଆଯାଇଥିଲା l ଏଥିରେ ରେଙ୍ଗାଲି ବ୍ଲକ ଅଧକ୍ଷ ସତ୍ୟନାରଣ ଅଗ୍ରୱାଲ, ଧନକୌଡା ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ବେହେରା, ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଉପସ୍ଥିତ ଥିବା ବେଳେ ରାଜ୍ୟ ମହାସଚିବ ମଧୁସୂଦନ ପ୍ରଧାନ ଓ ଜିଲ୍ଲା ମହାସଚିବ ମନୋଜ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର କାଲୋ ସଭା ପରିଚାଳନା କରିଥିଲେ l ସଭାରେ ଏହି ଅଂଚଳର ଗୋଁଣ୍ଡ ସମାଜର ଉତ୍ତରୋତ୍ତର ଉନ୍ନତି କରଣରେ ସହଯୋଗ କରିବା ଓ ଆଗାମୀ ଦିନରେ ଗୋଁଣ୍ଡମାନଙ୍କର ଏକ ମହାସମାବେଶ ରେଙ୍ଗାଲିରେ କରିବା କଥା ବିଧାୟକ ଶ୍ରୀ ହରିପାଳ ଭାଷଣରେ ରଖିଥିଲେ l ପୂର୍ବତନ ସରକାର ଜନସାଧାରଣଙ୍କ ହିତ ସାଧନ କରିବା ପାଇଁ ବିଭିନ୍ନ ପ୍ରକଳ୍ପରେ ଯୋଗାଇ ଦେଇଥିବା ପାଣ୍ଠିକୁ ବିନିଯୋଗ ନକରିବା ପାଇଁ ଦେଇଥିବା ନିର୍ଦ୍ଦେଶ ଉପରେ ରେଙ୍ଗାଲି ବ୍ଲକ ଅଧକ୍ଷ୍ୟ ପ୍ରକାଶ କରିଥିଲେ ଓ ତାଉପରେ ବିସ୍ତ୍ରୁତ ଆଲୋଚନା ହୋଇ ଥିଲା । ଆଦିବାସୀ ମାନେ ରହୁଥିବା ସରକାରୀ ଜମି ବେଦଖଲ ହଲେ ଆନ୍ଦୋଳନ ହେବ ବୋଲି ପ୍ରକାଶ ପାଇଥିଲା। ଅଗଷ୍ଟ ୪ ତାରିଖ ରବିବାର ଦିନ ସମ୍ବଲପୁର ସହର ପାନ୍ଥନିବାସରେ ଗୋଁଣ୍ଡ ମହାସଭାର ସ୍ଵତନ୍ତ୍ର କାର୍ଯ୍ୟକାରିଣୀ ସଭା ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ନାଏକ ସୂଚନା ଦେଇଥିଲେ। ଏଥିରେ ତବଲା ଗୁଡ଼ି ସଭାପତି ଜୟସିଂ ଧୁରୁଆ, ଠେମରା ଗୁଡ଼ି ସଭାପତି ସୁଶୀଲ କୁମୁରା, ଯIଦୁଲୋଇସିଂ ଗୁଡ଼ି ସଭାପତି ଅଶୋକ କୁମାର ଭୋଇ, ପରମାନପୁର ଗୁଡ଼ି ସଭାପତି ଶିବଲାଲ ନାଏକ, ତେବଡାବାହାଲ ଗୁଡ଼ି ସଭାପତି ଚତୁର୍ଭୁଜ ଧୁରୁଆ, ତୁଲାରାମା ଗୁଡ଼ି ସଭାପତି ଅଶୋକ ନାଏକ, କିନାଲୋଇ ଗୁଡ଼ି ସଭାପତି ଈଶ୍ୱର ଚନ୍ଦ୍ର ଭୋଇ, ସ୍ୱପ୍ନେ ଆଞ୍ଚଳିକ ଗୁଡ଼ି ସଭାପତି ପ୍ରକାଶ ଭୋଇ, ତାଳବ ଗୁଡ଼ି ସଭାପତି କିଶୋର କୁମାର ରାଏ, ରେଙ୍ଗାଲି ବ୍ଲକ ସଭାପତି ଦିଲୀପ ସିଂ, ମାନେଶ୍ଵର ବ୍ଲକ ସମ୍ପାଦକ ସନ୍ତୋଷ ଧୁରୁଆ, ଗଙ୍ଗାଧର ଭୋଇ, ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l