Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରେମ ପ୍ରତାରଣା,ଅଭିଯୁକ୍ତ ଗଲା ପସ୍କୋ କୋର୍ଟ

ସମ୍ବଲପୁର:ନାକଟିଦେଉଳ ବ୍ଲକରେ ଘଟିଛି ପ୍ରେମ ପ୍ରତାରଣା।ଶେଷରେ ପୁଲିସ ଅଭିଯୁକ୍ତକୁ ବାନ୍ଧିଛି। ଜନୈକ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଶେଷରେ ପ୍ରତାରଣା କରିବା ଅଭିଯୋଗରେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ମତେ ଗିରଫ ଅଭିଯୁକ୍ତ ମାରୁଆଡ଼ିମୁଣ୍ଡା ଗାଁର ପ୍ରଶାନ୍ତ ମୁଣ୍ଡା ଓରଫ ମଣ୍ଟୁ । ସୂଚନା ଅନୁସାରେ ପ୍ରଶାନ୍ତ ମୁଣ୍ଡା ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଆଜକୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ତେବେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ପ୍ରଶାନ୍ତକୁ ଶୀଘ୍ର ବିବାହ କରିବାକୁ ଅଡ଼ି ବସିଥିଲା। ତେବେ ଅଭିଯୁକ୍ତ ପ୍ରଶାନ୍ତ ଯୁବତୀ ଜଣଙ୍କୁ ବିବାହ କରିବାକୁ ମନା କରିଦେବା ସହ ଆଉ ଧରା ଛୁଆଁ ଦେଲା ନାହିଁ। ଫଳରେ ସମ୍ପୃକ୍ତା ନାବାଳିକା ଏ ସମ୍ପର୍କରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଶେଷରେ ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡାଙ୍କୁ ଗିରଫ କରିଥିଲା । ପୁଲିସ ଉଭୟ ଅଭିଯୁକ୍ତ ଏବଂ ପୀଡିତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହ ଗିରଫ ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡାଙ୍କୁ ସମ୍ବଲପୁର ପକ୍ସୋ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଜିଲ୍ଲାରେ କୋମଳମତିଙ୍କ ମଧ୍ୟରେ ଏଭଳି ସଂପର୍କର ସୂତ୍ରପାତ ବଢ଼ୁଥିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଳରେ ଚିନ୍ତା ପ୍ରକଟ ଦେଖାଦେଇ ଏଥିପାଇଁ ବ୍ୟାପକ ସଚେତନାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ଥିବା ବିଷୟକୁ ଗୁରୁତ୍ୱ ଦେଇଛନ୍ତି।