Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ପୁଅ ମିଶି ପିଇଲେ ବିଷ,ମାଁ ମୃତ ପୁଅ ଅବସ୍ଥା ସଂକଟାପନ୍ନ

ସମ୍ବଲପୁର:ବିଷରେ ଯାଇଛି ମାଁର ଜୀବନ। ପୁଅର ଅବସ୍ଥା ସଂକଟାପନ୍ନ।ଏଭଳି ଏକ ଅଭାବନୀୟ ଘଟଣାରେ ବୁର୍ଲା ଡାକ୍ତରଖାନାରେ ମାଆ ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଋଣ ଭାର ଯୋଗୁଁ ମାଁ ପୁଅ ଚରମ ନିଷ୍ପତ୍ତି ନେଇ ଏକା ସହିତ ବିଷ ପାନ କରିଥିଲେ ବୋଲି କୁହା ଯାଉଥିଲେ ମଧ୍ଯ ପାରିପାରିକ ଅଶାନ୍ତି ଅନ୍ୟତମ ଏକ କାରଣ ବୋଲି କୁହାଯାଉଛି।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ। ମୃତକ ଜଣଙ୍କ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ ତାରା ପ୍ରଧାନ ଏବଂ ଗୁରୁତର ଅସୁସ୍ଥ ପୁଅ ତରୁଣ କୁମାର ପ୍ରଧାନ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନ ଆଜକୁ ଦୀର୍ଘ ବର୍ଷ ହେଲା ନିଜ ସ୍ତ୍ରୀ ଏବଂ ପୁଅ ଝିଅ ଦୁଇ ଜଣଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କୁ ବିବାହ କରି ଅନ୍ୟ ଗାଁରେ ରହୁଥିବାବେଳେ ତାରା ପ୍ରଧାନ ନିଜର ପୁଅ ଝିଅଙ୍କୁ ସାଙ୍ଗରେ ଧରି ପୋଡ଼ାଖୋଲ ଗାଁରେ ରହୁଥିଲେ। ଗତ ବର୍ଷ ତାରା ପ୍ରଧାନ ନିଜର ଝିଅକୁ ବିବାହ କରାଇଥିବାବେଳେ ବର୍ତ୍ତମାନ ମାଆ ଓ ପୁଅ ଘରେ ଏକାକୀ ରହୁଥିଲେ । ତେବେ କୌଣସି କାରଣରୁ ଗତ ୧୯ ତାରିଖ ରାତିରେ ଉଭୟ ମାଆ ଓ ପୁଅ ଚରମ ନିଷ୍ପତ୍ତି ନେଇ ଘର ଭିତରେ ବିଷ ପାନ କରିଦେଇଥିଲେ । ତେବେ ସକାଳ ପର୍ଯ୍ୟନ୍ତ ଘର ଭିତରୁ ସେମାନେ ଉଠି ନ ଥିବା ବେଳେ ସେମାନଙ୍କର ପାଟି ତୁଣ୍ଡ ମଧ୍ୟ ଶୁଭାଯାଇନଥିଲା। ତାଙ୍କର ଜଣେ ସମ୍ପର୍କୀୟ ସନ୍ଦେହ ପ୍ରକାଶ କରି ଘର ଭିତରକୁ ଯାଇ ଗୁରୁତର ଭାବେ ଉଭୟ ମାଆ ପୁଅ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖରେ ବିଷ ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲ। ଏହାପରେ ସଙ୍ଗେ ସଙ୍ଗେ ଉଭୟ ମାଆ ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାରା ପ୍ରଧାନଙ୍କର ଆଜି ସକାଳୁ ମୃତ୍ୟୁ ଘଟିଥିବାବେଳେ ପୁଅ ତରୁଣ କୁମାର ପ୍ରଧାନ ଆଇସିୟୁ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ତାଙ୍କର ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଥିବା କୁହାଯାଉଛି।ଅତ୍ୟଧିକ ଋଣ ଭାର ଯୋଗୁଁ ଉଭୟ ମାଆ ଏବଂ ପୁଅ ଏପରି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିବାବେଳେ ଭିନ୍ନ କଥାବି ଆଲୋଚନା ହେଉଛି।ଘଟଣା ପ୍ରଘଟ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ