ଉଲୁଣ୍ଡା : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରୁ ମରାଲୋଏ ଗ୍ରାମକୁ ଯାଇଥିବା ରାସ୍ତା ଟି ଅତି ଦୁରାବସ୍ଥା ଅବସ୍ଥାରେ ପଡ଼ି ରହିଛି I ଉକ୍ତ ରାସ୍ତା ଉପରେ ଆଖ ପାଖ ଗ୍ରାମର ବହୁ ଲୋକ ଯିବା ଆସିବା କରିଥିବା ବେଳେ ସ୍କୁଲ ,କଲେଜ ର ଛାତ୍ରଛାତ୍ରୀ ମଧ୍ୟ ନିର୍ଭର କରିଥାନ୍ତି l ରାସ୍ତା ମଝିରେ ବଡ ବଡ ଗର୍ତ୍ତ ତଥା ଖାଳଖମା ରେ ପରିପୂର୍ଣ୍ଣ I ସାମାନ୍ୟ ବର୍ଷାରେ ପାଣି କାଦୁଅ ରେ ଭର୍ତି I ଯାନବାହାନ କଥା କିଏ ପଚାରେ , ଚାଲିକରି ଯାଉଥିବା ଲୋକ ନିରାପଦ ମଣୁ ନ ଥିବା ଅଭିଯୋଗ ହୁଏ I ଏଇ ଭଳି ପରିସ୍ଥିତି ରେ ଛାତ୍ରଛାତ୍ରୀ ମାନେ ପାଠ ପଢି ଯିବାକୁ ଅମଙ୍ଗ ହେଉଥିବା ଦେଖାଯାଇଛି I ଯଥାଶୀଘ୍ର ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I