Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷାଧିକ ମୂଲ୍ୟର ଗହଣା ସହ ସଂଗଠିତ ଡକାୟତ ଦଳର ୧୦ ଗିରଫ

ସମ୍ବଲପୁର,ତା.୨୪.୦(ଆନିସ):ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା।ସଂଗଠିତ ହୋଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଡକାୟତି ଓ ଲୁଟ ଓ ଚୋରୀ କରୁଥିବା ଏହି ଗୋଷ୍ଠୀର ୧୦ ଜଣଙ୍କୁ ସମ୍ବଲପୁର ପୁଲିସ ବୁଧବାର ଗିରଫ କରିଥିବା ନେଇ ଆଜି ସକାଳେ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।
ପୋଲିସ୍ ସୂଚନା ମତେ ସେମାନଙ୍କ ଠାରୁ ୪୮୦ ଗ୍ରାମର ସୁନା ଗହଣା,୧୭୫ ଗ୍ରାମର ରୂପା ଗହଣା,ନଗଦ ୫.୧୨ ଲକ୍ଷ ଟଙ୍କା,୨ଟି ଟ୍ରାକ୍ଟର,୪ ଟି ବାଇକ ପୋଲିସ ଉଦ୍ଧାର କରିବା ସହିତ ସେମାନେ ବ୍ୟବହାର କରୁଥିବା ମୋବାଇଲ , କାର,ବାଇକ ପ୍ରଭୃତି ଜବତ କରାଯାଇଛି।ଗିରଫ ହୋଇଥିବା ସମସ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ବେଳେ ଏହି ଡକାୟତ ଦଳ ଯୋଜନା ବଦ୍ଧ ଭାବେ ସମ୍ବଲପୁର,ଝାରସୁଗୁଡା,ବରଗଡ, ବଲାଙ୍ଗିର ଭଳି ପଶ୍ଚିମ ଓଡିଶାର ବଡ ବଡ ସହର ଉପରେ ଟାର୍ଗେଟ୍ କରି ଡକାୟତି,ଲୁଟ ଓ ଚୋରୀ କରୁଥିଲେ।ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ