ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହି ଭୂତକୋଠି ପାଲଟିଛି ବଡ ମାଳ ଶିଶୁ ଉଦ୍ୟାନ


ଉଲୁଣ୍ଡା : (ସୌମିତ୍ରି ମେହେର) ସରକାର ଗ୍ରାମାଞ୍ଚଳ ରେ ଶିଶୁ ମାନଙ୍କ ପାଇଁ ମନୋରଞ୍ଜନ ସାଙ୍ଗକୁ ଶାରୀରିକ ବିକାଶ  ପାଇଁ ଗାଁ ମାନଙ୍କରରେ ଶିଶୁ ଉଦ୍ୟାନ ପାଇଁ  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି I ହେଲେ  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଞ୍ଚଳରେ ଏହି ଯୋଜନା ଫେଲ ମାରିଥିବା ଦେଖାଯାଏ I ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖା ଦେଇଛି, ଚଡେଇପଙ୍କ ଗ୍ରାମ ପାଞ୍ଚୟତ ଅନ୍ତର୍ଗତ ବଡ଼ମାଲ ଶିଶୁ ଉଦ୍ୟାନ l ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଏହି ଉଦ୍ୟାନ ଟି ଭୁତ ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି l ଏହି ଉଦ୍ୟାନ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା  ରେ  ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥିବା ବେଳେ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ତରଫରୁ ପଞ୍ଚଦଶ ଆୟୋଗ  ତରଫରୁ ରୁ ଚାରି  ଲକ୍ଷ ଟଙ୍କା ଖର୍ଚ୍ଚ 2021 -22 ମସିହା ରେ  ହୋଇଛି l ବ୍ଲକ ପ୍ରଶାସନ ଅଡୁଆଲ ରେ ରହି ଯାଇଛି ଶିଶୁ ଉଦ୍ୟାନ  ଟି I ଆଉ କେତେ ଲକ୍ଷ ଖର୍ଚ୍ଚ ହେଲେ ଉଦ୍ୟାନ କାର୍ଯ୍ୟକ୍ଷମ ହେବ ବୋଲି ଅଂଚଳ ବାସି କୁହାକୁହି ହେଉଛନ୍ତି l