Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡବଲ ଇଞ୍ଜିନ ଡବଲ ନିରାଶା ଓ ନୈରାଶ୍ୟ ଜନକ ବଜେଟ :ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି

ବରଗଡ:ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଠାରୁ ଓଡ଼ିଶା ର ଜନ ସାଧାରଣ ଡବଲ ବିକାଶ ର ଆଶା ରଖି ଥିବା ବେଳେ ଚଳିତ ବଜେଟ ରେ ସେଭଳି କିଛି ପ୍ରତିଫଳିତ ହୋଇ ନ ଥିବା ବେଳେ ରାଜ୍ୟ ବିଜେପି ନେତୃତ୍ବାଧିନ ମୋହନ ସରକାର ଙ୍କ ବଜେଟ ରେ ଲୋକେ ଡବଲ ନିରାଶା ହେବା ସହିତ ରାଜ୍ୟ ର ସବୁ ବର୍ଗ କୁ ଏହି ବଜେଟ ନିରାଶ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପରିଚାଳିତ ବିଜେଡି ସରକାର ରେ ଚାଲିଥିବା ଜନ ହିତକାରୀ ଯୋଜନା ଗୁଡ଼ିକର କେବଳ ନାମ ପରିବର୍ତ୍ତନ ଛଡ଼ା ନୂଆ ସରକାର ଙ୍କ ବଜେଟ ରେ ଆଉ କିଛି ନାହି । ଏହି ବଜେଟ ଏକ ଯୋଜନା ର ନାମ ପରିବର୍ତ୍ତନ ବଜେଟ କହିଲେ ବି ଅତ୍ୟୁକ୍ତି ହେବ ନାହିଁ ବୋଲି ବରଗଡ଼ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଉଲ୍ଲେଖ କରିବା ସହ ନିର୍ବାଚନ ସମୟ ରେ ଜନ ସାଧାରଣ ଙ୍କୁ ସୁନେଲି ସ୍ବପ୍ନ ଦେଖାଇ କ୍ଷମତା କୁ ଆସିଥିବା ବିଜେପି ସରକାର ଙ୍କ ଅସଲ ମୁଖା ଏ ବଜେଟ ରେ ପ୍ରତିଫଳିତ ହୋଇଛି । ରାଜ୍ୟ ର ଜନ ସାଧାରଣ ଙ୍କ ଆଶା ମୁତାବକ ସେମିତି କିଛି ପରିଲକ୍ଷିତ ହୋଇ ନାହିଁ ତେଣୁ ମୋଟାମୋଟି ଭାବେ ରାଜ୍ୟ ସରକାର ଙ୍କ ଏହି ବଜେଟ ନୈରାଶ୍ୟ ଜନକ ବୋଲି ଉଲ୍ଲେଖ କରି ବିଜେପି ନେତୃତ୍ବାଧୀନ ମୋହନ ସରକାର ଙ୍କ ଦ୍ଵାରା ଉପସ୍ଥାପିତ ବଜେଟ କୁ ସମାଲୋଚନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ