Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀ ସମସ୍ୟାକୁ ନେଇ ତେଜିଲା କୃଷକ ସୁରକ୍ଷା ସଂଗଠନ

ସମ୍ବଲପୁର:ରାଜ୍ୟ ଓ କେନ୍ଦ୍ର ବଜେଟ, ମରୁଡ଼ି ସମସ୍ୟା ସହ ଚାଷୀ ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ। ଏନେଇ ସମ୍ବଲପୁର ସାମ୍ବାଦିକ ଭବନଠାରେ ଜିଲ୍ଲାକୃଷକ ସଂଗଠନ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବାକୁ ସ୍ୱାମିନାଥନ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଆଇନ ତିଆରି କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଏଥିସହ ଏମ୍ଏସପି କମିଟିର ରିପୋର୍ଟକୁ ସାର୍ବଜନୀନ କରାଯିବାକୁ ଦାବି କରାଯାଇଛି। ଚାଷୀଙ୍କ ବିଭିନ୍ନ ହିତ ଦୃଷ୍ଟିରୁ ରାଜ୍ୟ ସରକାର ଚାଷୀ ସଂଗଠନ ସହ ଆଲୋଚନା କରିବାକୁ ସଂଗଠନ ପ୍ରସ୍ତାବ ଦେଇଛି। ଯେପରି ଚାଷୀଙ୍କ ଦାବି ମୁତାବକ ମଣ୍ଡି ବ୍ୟବସ୍ଥାରେ ସୁଧାର, ଟୋକନ ସମସ୍ୟା ଦୁରିକରଣ, ଚାଷୀ ଓ ଚାଷ ହିତ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ବିଶେଷ କରି ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି କୁ ଧାନସଂଗ୍ରହ ନିଷ୍ପତ୍ତି ନେଇ ଉପଯୁକ୍ତ କ୍ଷମତା ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ, ପ୍ରବକ୍ତା ସରୋଜ ମହାନ୍ତି, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଭାପତି ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ