Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ

ସମ୍ବଲପୁର: ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଡି, କେ.ଏନ.ଏଚ ଏବଂ ଦେଓଗଢ଼ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ତିଲେଇବଣୀ ବ୍ଲକ ସ୍ଥିତ କନଫରେନ୍ସ୍ ହଲରେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ତିନୋଟି ଗ୍ରାମ ପଞ୍ଚାୟତ ଯଥା -ଦୁଧିଆନାଳୀ, ଢୋଳାପଡ଼ା ଓ କଂସର ଗ୍ରାମ ପଞ୍ଚାୟତର ୧୫ ଜଣ ଆଶା ଓ ୬୦ ଜଣ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ଆଶା ଓ ଅଙ୍ଗନବାଡି କର୍ମୀମାନେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ବିଷୟରେ ସଚେତନ ହୋଇ ଶିଶୁ ଅଧିକାରକୁ ନିଜ ନିଜ ଅନୁଷ୍ଠାନ ଏବଂ ଅଞ୍ଚଳରେ କିପରି ଭାବେରେ ସୁନିଶ୍ଚିତ କରାଇବା । ଏହି ତାଲିମ କାର୍ଯକ୍ରମକୁ ସ୍ନେହ ପ୍ରକଳ୍ପର ପ୍ରୋଗ୍ରାମ ଅଫିସର ଶ୍ରୀ ସଂସାର ବାଗ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଦେଓଗଢ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଏବଂ ସମାନିତ ଅତିଥି ଭାବରେ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ କାଞ୍ଚନ ପଣ୍ଡା ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର ମିଳିତି ଜାତିସଂଘ ଶିଶୁ ଅଧିକାର ଘୋଷଣାନାମା ମଡ୍ୟୁଲ୍ ବିଷୟରେ ଆଲୋଚନା କରିଥିଲେ । ଏଥିରେ ସେ ତାଙ୍କର ଚାରିଟି ଅଧିକାର ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଓ ଅଂଶଗ୍ରହଣ କରିବାର ଅଧିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହିତ କିପରି ଭାବରେ ନିଜ ଅଞ୍ଚଳରେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବେ ତାହା ଆଲୋଚନା କରିଥିଲେ । ଶ୍ରୀମତୀ କାଞ୍ଚନ ପଣ୍ଡା ଶିଶୁ ସୁରକ୍ଷା ଏବଂ ଅଙ୍ଗନବାଡିରେ ଚାଲିଥିବା କାର୍ଯକ୍ରମ ଉପରେ ଆଲୋଚନା କରିଥିଲେ । ଏହି ତାଲିମ କାର୍ଯକ୍ରମକୁ ଭାଗ୍ୟଧର ମାନହୀରା, ବରୁଣ କୁଅଁର, ଯୋଗେଶ୍ଵରୀ ପାତ୍ର, ମୋନାଲିଶା ସାହୁ, ରୋହିତ ସାହୁ, ଇନ୍ଦିରା ନାୟକ, ସାରିତା କୁଅଁର ଆଦି କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ସ୍ନେହ ପ୍ରକଳ୍ପର କୋଓଡିନେଟର ତପନ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ