Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାସ୍ତା ପାଲଟିଛି ମରଣଜନ୍ତା

ସମ୍ବଲପୁର:ରାସ୍ତା ସାଜିଛି ମରଣଯନ୍ତା । ଏହି ରାସ୍ତାରେ ଯିବାକୁ ହେଲେ ଆପଣଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡିବ । କାରଣ କେଉଁ ମୁହୂର୍ତ୍ତରେ କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ରାସ୍ତା ଏଭଳି ମରଣକୁ ନିମନ୍ତ୍ରଣ କରୁଛି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ସ୍କୁଲ ପଡ଼ା ଠାରୁ ତଳ ପଡ଼ା ଯାଏ ଯାଇଥିବା ରାସ୍ତାର ଏହି ଦୁରାବସ୍ଥା । ଗ୍ରାମବସୀ ଙ୍କ କହିବା ଅନୁସାରେ ଏହି ରାସ୍ତା ଦୀର୍ଘ ୧୦ ବର୍ଷ ହେବ ଏଭଳି ଭାବରେ ପଡ଼ି ରହିଛି l ଏହି ରାସ୍ତା ରୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପରିବାର ଲୋକ ଯାତାୟାତ କରୁଥିବା ବେଳେ ଏବେ ଏ ରାସ୍ତା ସାଜିଛି ମରଣଯନ୍ତା lତଥାପି ପଞ୍ଚାୟତ ଓ ବ୍ଲକ୍ ଅଧିକାରୀଙ୍କ ନଜର ନପଡିବା ସମସ୍ୟା ସୃଷ୍ଟି କରିଛି ପଡାବାସୀଙ୍କ ପାଇଁ।