Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ

ସମ୍ବଲପୁର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବରରେ ପହଞ୍ଚିବା ପରେ ଆଜି ପ୍ରଥମେ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବେ। ସମୀକ୍ଷା ବୈଠକ ପରେ ସେ ଅନୁଗୁଳ ଗସ୍ତରେ ଆସିବେ।କେନ୍ଦ୍ରମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ଅନୁଗୁଳ ଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ। ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ କେନ୍ଦ୍ର ମନ୍ତ୍ରୀ। ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ କବି ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ସହିତ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ