Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକଅପ୍ ଧକ୍କାରେ ୩ ମୃତ ଘଟଣା, ଯୋଜନାବଦ୍ଧ ହତ୍ୟାକାଣ୍ଡ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତ ଗୁରୁବାର ଦିନ ସୋନପୁର- ସମ୍ବଲପୁର ରାସ୍ତାର ମେଟାକାନୀ ମନ୍ଦିର ଛକ ଠାରେ ଘଟିଥିବା ଦୁର୍ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ଓ ଏଥିରେ ବ୍ୟବହୃତ ପିକ୍‌ଅପ୍ ଭ୍ୟାନ୍ (ଓଡି ୧୭ ଏଏ ୪୦୧୫ )କୁ ପୁଲିସ ଜବତ କରିଥିବା ବେଳେ ଚାଳକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଫେରାର ଥିବା ଚାଳକ ବିହାର ଅଞ୍ଚଳର ମୂଳ ବାସିନ୍ଦା ଦୀପକ ବୋଲି ଜଣାପଡ଼ିଛି। ସେ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ବିଭିନ୍ନ ଥାନାରେ ୩୦ ରୁ ଉର୍ଦ୍ଧ୍ୱ ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଉଦ୍ଦେଶ୍ୟରେ ସେ ଗାଡ଼ି ମଡ଼ାଇଥିବା ଜଣାପଡ଼ିଛି। ଘଟଣା ଘଟାଇ ସାରିବା ପରେ ଅଇଁଲାଛାଟର ମୃତକଙ୍କ ଭାଇ ସୁଶୀଲଙ୍କୁ ଫୋନ କରି ତାଙ୍କୁ ମଧ୍ୟ ଜୀବନ ରୁ ମାରିଦେବା ଧମକ ଦେଇଥିଲା ଯାହାର ଅଡିଓ ସୁଶୀଲ ରଖିଥିବା କହିଛନ୍ତି। ସୂଚନା ଅନୁସାରେ ଅଭିଯୁକ୍ତ ଦୀପକ ଅଇଁଲାଛାଟ ଗ୍ରାମକୁ ଆସି ଏକ ଘରଭଡ଼ା ନେଇ ରହୁଥିଲା ଓ ଉଲୁଣ୍ଡା ଅଞ୍ଚଳରେ ଚୋରି, ଡକାୟତି, କଫ ସିରପ ଚୋରା ଚାଲାଣ ଆଦି ଅପରାଧ ସହ ଜଡ଼ିତ ଥିଲାବେଳେ ଏକ ପେଶାଦାର ଅପରାଧୀ। ଗତ ଏକ ମାସ ତଳେ ତାର ଚୋରି ମାମଲାରେ ଉଲୁଣ୍ଡା ପୁଲିସ ଉକ୍ତ ପିକଅପ୍ ଭ୍ୟାନକୁ ଜବତ କରିଥିଲା। କୋର୍ଟରୁ ଅଡର ଆଣି ଗାଡ଼ିକୁ ନିକଟରେ ବାହାର କରିଥିବା ନେଇ ଏସଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଉଲୁଣ୍ଡା ପୋଲିସ ତତ୍ପର ହୋଇ ବିନିକା ଓ ସମ୍ବଲପୁର ଜିଲ୍ଲା ପୋଲିସ କୁ ସୂଚନା ଦେବା ସହ ଗାଡି ମଟର ଯାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ଗାଡି ନେଇ ବିନିକା ପଟକୁ ଦୃତଗତିରେ ଯାଉଥିବା ବେଳେ ପୋଲିସ ପିଛା କରିବାରୁ ଗାଡି ଛାଡି ଜଙ୍ଗଲ ଭିତରେ ପଳାୟନ କରିଥିଲା। ଅଭିଯୁକ୍ତର ବାପା ମା ବିନିକାରେ ଘରଭଡ଼ା ନେଇ ରହୁଥିବା ମଧ୍ୟ ବିଶେଷ ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ