Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ; ଏହି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜମନକିରା :
ଜମନକିରା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଯାଇଅଛି। ଏହି ଉତ୍ସବ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ବୃକ୍ଷ ଛେଦନ ଦ୍ଵାରା ବାୟୁମଣ୍ଡଳରେ ଉପୁଜୁଥିବା ଅଭାବନୀୟ ପରିସ୍ଥିତି ଏବଂ ବୃକ୍ଷ ରୋପଣ ଦ୍ବାରା କିପରି ସେ ପରିସ୍ଥିତିରୁ ମୁକ୍ତି ପାଇପାରିବା ସେ ସମ୍ବନ୍ଧରେ ନିଜର ବାର୍ତ୍ତା ରଖିଥିଲେ। ବିଦ୍ୟାଳୟର ଖେଳ ଅଧ୍ୟାପକ ରଞ୍ଜନ କୁମାର ମହାକୁଳ ସମସ୍ତ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣ କରିବା ନିମନ୍ତେ ପ୍ରେରଣା ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଙ୍କିତା ରାଣୀ କର୍ଣ୍ଣ, ଇତିହାସ ଅଧ୍ୟାପକ ଭାବଗ୍ରାହୀ ବାର୍ଗେ, ଗଣିତ ଅଧ୍ୟାପକ ସତ୍ୟ ନାରାୟଣ ପଟ୍ଟନାୟକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତିମୟୀ ମଲିକ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଦିପ୍ତିମୟୀ ବିଶ୍ୱାଳ ଓଡ଼ିଆ ଅଧ୍ୟାପିକା ମନିଷା ପରିଡ଼ା, ଇଂରାଜୀ ଅଧ୍ୟାପକ ମିନକେତନ କୁମ୍ଭାର ଓ ଅନ୍ୟ କର୍ମଚାରୀ, ଛାତ୍ରୀ ଛାତ୍ର ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।