Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରେ ଶୋଇଥିବା ବେଳେ ତଣ୍ଟି କାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା

ସମ୍ବଲପୁର:ବିଶ୍ରାମ ନେବାକୁ ଯାଇ ଆଉ ସକାଳ ଦେଖି ପାରିନାହାଁନ୍ତି ଗୋଟଏ ଦମ୍ପତି। ଘର ଭିତରେ ଶୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରି ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସାମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ତଥା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଞ୍ଚାୟତର ପାଣ୍ଡୁରିଶିଳା ଗ୍ରାମରେ। ଶନିବାର ରାତିରେ ଘଟିଛି ଏଭଳି ଜଘନ୍ୟ ଘଟଣା। ମୃତ ସ୍ୱାମୀ ସ୍ତ୍ରୀ ହେଲେ ପାଣ୍ଡୁରିଶୀଳା ଗ୍ରାମର ଆବ୍ରହମ କୁଜୁର ଏବଂ କୁଆଁରୀ କୁଜୁର।
ରବିବାର ସକାଳୁ ରେଢ଼ାଖୋଲ ଥାନା ଅଧିକାରୀ ସବିତାବାଳା ସେଠୀ ଏବଂ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେରଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ଖାଇ ପିଇ ସାରି ଘର ଭିତରେ ଶୋଇଥିଲେ। ତେବେ ରାତି ପ୍ରାୟ ୧୦ଟା ସମୟରେ କେହି ଦୁବୃର୍ତ୍ତ ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ପ୍ରଥମେ ଆବ୍ରହମର ତଣ୍ଟି କାଟି ମୁଣ୍ଡରେ ଆକ୍ରମଣ କରି ହତ୍ୟା କରିବା ପରେ ପାଖରେ ଅନ୍ୟ ଖଟରେ ଶୋଇଥିବା କୁଆଁରୀଙ୍କୁ ଆକ୍ରମଣ କରିବାରୁ ସେଠାରୁ ସେ ଦୌଡ଼ି ପଳାଉଥିବା ବେଳେ ତାଙ୍କୁ ମଧ୍ୟ ବେକ, ଛାତି ଏବଂ ମୁଁହରେ ଧାରୁଆ ଅସ୍ତ୍ରରେ ଭୂଷି ହତ୍ୟା କରିଥିଲେ। ଏହି ସମୟରେ ପାଖ ଘରେ ଶୋଇଥିବା ଇବ୍ରାହମର ବଡ଼ ବୋହୁ ଚିତ୍କାର ଶୁଣି ଆସିବା ବେଳକୁ ହତ୍ୟାକାରୀ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।ହତ୍ୟାର କାରଣ ଓ ଏଥିରେ କିଏ ସଂପୃକ୍ତ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ତଦନ୍ତରେ ଆସାମୀର ଖିଅ ଲାଗିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ