Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶ ପାଇଁ ଇତିହାସ ରଚିଲେ ମନୁ ଭାକର, ପ୍ୟାରିସ ଅଲିମ୍ପିକ୍ସରେ ଜିତିଲେ ପ୍ରଥମ ପଦକ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର। ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ମନୁ ଭାରକଙ୍କ ଏହା ଦ୍ଵିତୀୟ ଅଲିମ୍ପିକ୍ସ। ଗତ ଟୋକିଓ ଅଲିମ୍ପିକ୍ସି ୨୦୨୦ରେ ସେ ଅଲିମ୍ପିକ୍ସରେ ପଦାର୍ପଣ କରିଥିଲେ ହେଁ ୧୦ ମିଟର ଏୟାର ପିସ୍ତଲ କ୍ଵାଲିଫିକେସନ ରାଉଣ୍ଡରେ ତାଙ୍କ ପିସ୍ତଲ ଖରାପ ହୋଇ ଯାଇଥିଲା। ଏହି କାରଣରୁ ସେ ଗତ ଥର ପଦକ ଜିତି ପାରି ନ ଥିଲେ। ମାତ୍ର ଏଥର ମନୁ ନିଜର ପୁରା ଦମ ଦେଖାଇ ପଦକ ହାସଲ କରିଛନ୍ତି।

ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ପଦକ ଜିତି ପାରି ନଥିଲେ। ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି। ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ ରୌପ୍ୟ ପଦକ ପାଇଛନ୍ତି। ଉଭୟଙ୍କ ସ୍କୋର ଯଥାକ୍ରମେ ୨୪୩.୨ ଓ ୨୪୧.୩ ରହିଥିଲା।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସୁଟିଂ ପ୍ରତିଯୋଗିତାରେ ୨୨ ବର୍ଷୀୟ ମନୁ ଭାକର ମହିଳାର ୧୦ ମିଟର ଏୟାର ପିସ୍ତଲ, ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଓ ମହିଳାଙ୍କ ୨୫ ମିଟର ପିସ୍ତଲ ବର୍ଗରେ ଭାଗ ନେଇଛନ୍ତି। ସେ ୨୧ ଜଣିଆ ଭାରତୀୟ ସୁଟିଂ ଦଲରେ ଅନେକ ବ୍ୟକ୍ତିଗତ ବର୍ଗରେ ଅଂଶଗ୍ରହଣ କରିବାରେ ଏକମାତ୍ର ଆଥଲେଟ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ