ନୂଆଦିଲ୍ଲୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ପାଲ୍ଲିକଲରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ସେତେଟା ଗୁରୁତ୍ୱ ନୁହେଁ, କାରଣ ଭାରତ ସିରିଜ ଜିତି ସାରିଛି । କିନ୍ତୁ ଭାରତର ନଜର ସିରିଜ୍ କ୍ଲିନ ସୁଇପ୍ କରିବା ଉପରେ ରହିବ । ଅନ୍ୟପଟେ ଶ୍ରୀଲଙ୍କା ଶେଷ ମ୍ୟାଚ୍ ଜିତି ନିଜର ସମ୍ମାନ ରଖିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଆଜିର ମ୍ୟାଚରେ ଭାରତୀୟ ଦଳ ବେଞ୍ଚରେ ବସିବାକୁ ଖେଳାଳିଙ୍କୁ ସୁଯୋଗ ଦେଇପାରେ ।
କିନ୍ତୁ ଭାରତୀୟ ଦଳ ଅଧିକ ପରିବର୍ତ୍ତନ କରିବାକୁ ଚାହିଁ ନ ଥାଏ । ଯଦି ପରିବର୍ତ୍ତନ ହୁଏ ତେବେ ସଞ୍ଜୁ ସାମସନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇପାରେ । ଶୁଭମନ ଗିଲଙ୍କୁ ସୁଯୋଗ ମିଳିପାରେ । ଯଦି ସାମସନଙ୍କୁ ଆଉ ଏକ ସୁଯୋଗ ଦିଆଯାଏ ତେବେ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇପାରେ । ଦ୍ରୁତ ବୋଲର ଅଲରାଉଣ୍ଡର ଶିବମ ଦୁବେଙ୍କୁ ଆଜି ଶେଷ ଟି-୨୦ରେ ସୁଯୋଗ ମିଳିପାରେ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ମହମ୍ମଦ ସିରାଜ ଓ ଖଲିଲ ଅହମ୍ମଦ ।
ଶ୍ରୀଲଙ୍କାର ସମ୍ଭାବିତ ଚୂଡାନ୍ତ ଏକାଦଶ
କୁଶଲ ମେଣ୍ଡିସ, ପଥୁମ ନିଶଙ୍କା, କୁଶଲ ପେରେରା, ଦିନେଶ ଚାନ୍ଦିମାଲ/ଅଭିଷ୍କା ଫର୍ଣ୍ଣାଡୋ, ଚରିତ ଅସଲଙ୍କା, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା, ରମେଶ ମେଣ୍ଡିସ/ଦିଲଶାନ ମଦୁଶଙ୍କା, ମଥିଶା ପଥିରାନା ଓ ଅସିଥା ଫର୍ଣ୍ଣାଡୋ ।