ଜିଲ୍ଲା ପୋଲିସ ପକ୍ଷରୁ ଅବସର କାଳୀନ ବିଦାୟ ସମର୍ଦ୍ଧନା
 
        ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ପୋଲିସ ବିଭାଗର ଦୁଇ ଜଣ ବରିଷ୍ଠ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ବରିଷ୍ଠ କିରାଣୀ କିଶୋର ରାଉତ ଓ କନେଷ୍ଟବଳ ନାରାୟଣ ରନବିରା ସୁଚାରୁ ରୁପେ କାର୍ଯ୍ୟ ତୁଲାଇ ଥିବା ଜଣାଯାଏ। ଆଜି ଉଭୟଙ୍କ ଅବସର ପରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଭୟ ପୋଲିସ କର୍ମଚାରୀ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରିମାଲ ମାନପତ୍ର, ଉପଢୌକନ ଓ ଫୁଲ ତୋଡା ଦେଈ ପ୍ରଦାନ ପୂର୍ବକ ଉଭୟ ଙ୍କୁ ଶୁଭ କାମନା ଜଣାଇ ଅବସର ଜୀବନ ରେ ସ୍ବାସ୍ଥ୍ୟ ସୁରକ୍ଷା ସହ ସମାଜ ର ଦେଶ ଶାନ୍ତି ସୁରକ୍ଷା ପାଇଁ କିଛି କିଛି ସେବା ଦେବାକୁ ପରାମର୍ଶ କରିଥଲେ। ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ବିଦାୟ କାଳୀନ ସଭାକୁ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ବିଦାୟ କାଳୀନ ସଭା କୁ ସଂଯୋଜନା କରିଥିଲେ ।

 
                        
 
                                 
                                 
                                 
                                 
                                