Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦିନ୍ ପାଇଁ ସାଂସ୍କୃତିକ ଶୋଭାଯାତ୍ରା:ଆଏଜ ଜେଲ ଛକନ ହେବା ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ

ସମ୍ବଲପୁର:ସମ୍ବଲପୁରୀ ଭାଷା ସହିତ୍ୟ ସଂସ୍କୃତି ର ପେହେଚାନ୍ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମଦିନ ଅବସରରେ ସମ୍ବଲପୁର ଜେଲ ଛକ ନିକଟରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜିତ ହେବ । ଚଲିତ ବର୍ଷ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଡେରା ଏହି ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜିତ ହେବ । ଏହା ପୁର୍ବରୁ ବୁଧବାର ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଇଷ୍ଟଦେବୀ ସମଲେଇଙ୍କ ଠାରେ ପୁଜାର୍ଚନା କରାଯିବା ପରେ ବାଲିବନ୍ଧା ମନ୍ଦିର ଠାରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ବେ କଲାକାର ଏବଂ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର କର୍ମକର୍ତ୍ତା ମାନଙ୍କ ମଧ୍ଯରେ ଉତ୍ସାହ କମି ନଥିଲା । ବର୍ଷାରେ ଭିଜି ଭିଜି କଲାକାର ଏବଂ ସମ୍ବଲପୁରୀ ଦିନର ଆୟୋଜକ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଶୋଭାଯାତ୍ରା କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା, ମୁନିସିପାଲିଟି ଛକ ଦେଇ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଡେରା କୁ ପହଞ୍ଚି ଥିଲା । ଏହାପରେ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।
ଶୋଭାଯାତ୍ରା ରେ ଶତାଧିକ କଲାକାର ଏବଂ ନାରୀଶକ୍ତିର ସଦସ୍ଯ ମାନେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମ ରେ ପ୍ରଫୁଲ୍ଲ ହୋତା, ପ୍ରଶାନ୍ତ ପାଟଯୋଶୀ, ଡ଼.ପ୍ରମୋଦ ରଥ, ସ୍ୱୟଂ ପ୍ରକାଶ ପଣ୍ଡା, ଦଶରଥ ମେହେର, ଦେବାଶିଷ ବେହେରା, ରାଜେଶ ସ୍ବିଇଁ, ରାହୁଲ ମୋଦକ, ରାହୁଲ ଗୁପ୍ତା, କିଶୋର ଧରେଇ, ସୁରେନ୍ଦ୍ର ବଗର୍ତ୍ତୀ, ନିଶିକାନ୍ତ ବିଶ୍ଵାଲ, ଶରତ ବହିଦାର, କ୍ଷିତୀଶ ବାଗ, ହିମାଂଶୁ ସାହୁ, କୃଷ୍ଣ ଚନ୍ଦ୍ର ବାଗ, ଶଙ୍କର ମେହେର, ରାଜେଶ ବେହେରା, ଲମ୍ବୋଦର ବଢ଼େଇ, ଆମନ ଚିରଗୁନ, ସୁସ୍ମିତ ପଣ୍ଡା, ଅନମୋଲ ଦାଶ, ପଙ୍କଜିନୀ ମେହେର, ଝୁନୁ ତ୍ରିପାଠୀ, ଜନନୀ ମିଶ୍ର, ସୁଜାତା ଗୁରୁ, ସୁଷମା ପ୍ରଧାନ, କାନ୍ତି ମେହେର, ସ୍ୱସ୍ତିକା ନାୟକ, ପଙ୍କଜିନୀ ବୈଠରୁ, ନନ୍ଦିତା ପ୍ରଧାନ, ପ୍ରଜ୍ଞା ପ୍ରଧାନ, ସଂଘମିତ୍ରା ପଣ୍ଡା ଅଞ୍ଜଲି ଦୀପ, ଛବି ପତି, ଅର୍ପିତା ବେହେରା, ସନ୍ଧ୍ୟା ସୁନା, ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ବକ୍ସି ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ