ବଢ଼ିଲା ଗ୍ୟାସ ଦର, ଆଜିଠାରୁ ନୂଆ ଦର ଲାଗୁ


ନୂଆଦିଲ୍ଲୀ: ଅଗଷ୍ଟ ୧ରେ ଲାଗିଲା ଗ୍ୟାସ୍ ଉପଭୋକ୍ତାଙ୍କୁ ଝଟକା । ନିର୍ବାଚନୀ ଋତୁ ପାଇଁ ଶସ୍ତା ହୋଇଥିବା ଗ୍ୟାସ୍‌ ସିଲିଣ୍ଡର ଦାମ ପୁଣି ହେଲା ଉପର ମୁହାଁ । ଘରୋଇ ଗ୍ୟାସ୍‌ ଦର ଅପରିବର୍ତ୍ତିତ ରହିଥିବା ବେଳେ କମର୍ସିଆଲ ଗ୍ୟାସର ନୂଆ ଦର ଆଜିଠୁ ଲାଗୁ ହେବ । ଅଏଲ କମ୍ପାନୀମାନଙ୍କ ପକ୍ଷରୁ ୧୯ କେଜିଆ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୮.୫୦ ଟଙ୍କା ବୃଦ୍ଧି କରାଯାଇଛି ।

IOCL ୱେବସାଇଟ୍‌ରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୧୯ କେଜିଆ ଗ୍ୟାସ୍‌ ସିଲିଣ୍ଡର ଦାମ ପୂର୍ବରୁ ୧୬୬୪ ଟଙ୍କା ଥିବା ବେଳେ ଏବେ ତାହା ୧୬୫୨.୫୦ ଟଙ୍କାରେ ପହଞ୍ଚିଛି । ଏଠାରେ ଗ୍ୟାସ୍‌ ଦରରେ ୬.୫୦ ଟଙ୍କା ବଢ଼ିଛି । କୋଲକତାରେ ଏହି ସିଲିଣ୍ଡର ଦାମ ପୂର୍ବରୁ ୧୭୫୬ ଟଙ୍କା ଥିବା ବେଳେ ଏବେ ତାହା ୧୭୬୪.୫୦ ଟଙ୍କାରେ ମିଳୁଛି । ଏଠାରେ ୮.୫୦ ଟଙ୍କା ବଢ଼ିଛି । ମୁମ୍ବାଇରେ ୧୯ କେଜିଆ ସିଲିଣ୍ଡର ପୂର୍ବରୁ ୧୫୯୮ ଟଙ୍କାରେ ମିଳୁଥିବା ବେଳେ ନୂଆ ଦର ୧୬୦୫ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ପୂର୍ବରୁ କମର୍ସିଆଲ ଗ୍ୟାସ୍‌ ଦର ୧୮୦୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୮୧୭ ଟଙ୍କାରେ ପହଞ୍ଚିଛି ।

fତେବେ ୧୪ କେଜିଆ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ଫେବୃଆରୀ ୧ରେ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା । ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡର ରେଟ୍‌ ୮୦୩ ଟଙ୍କା ଥିବା ବେଳେ କୋଲକତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ଟଙ୍କା ଓ ଚେନ୍ନାଇରେ ଏହାର ମୂଲ୍ୟ ରହିଛି ୮୧୮.୫୦ ଟଙ୍କା । କେନ୍ଦ୍ର ସରକାର WOMEN’S Dayରେ ଏହି ସିଲିଣ୍ଡର ରେଟ୍‌ ଶହେ ଟଙ୍କା ଲେଖାଏଁ କମାଇଥିଲେ। ଏହାପରଠୁ ଘରୋଇ ଗ୍ୟାସ୍‌ ଦର ଅପରିବର୍ତ୍ତିତ ରହିଛି ।