Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଠାରେ ସମ୍ବଲପୁରୀ ଦିନ୍ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସ୍ଥାନୀୟ ବ୍ଲକଛକର ମୁକ୍ତ ଖୋଲା ମଞ୍ଚରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ୍ ହିସାବରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଅତ୍ୟନ୍ତ ମନୋରମ ହିସାବରେ ପାଳନ କରିଯାଇଛି। ଏକତା ମଞ୍ଚ ର ଜିଲ୍ଲା ସଂଯୋଜକ ଭାଗିରଥି ମିଶ୍ରଙ୍କ ଙ୍କ ସଭାପତିତ୍ବରେ ଏକ ସଭାରେ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ଅରବିନ୍ଦ ବାରିକ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ପ୍ରାଧ୍ୟାପକ ଡ଼ ପୁରୁଷୋତ୍ତମ ମିଶ୍ର ,ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଗୁରୁ ଶ୍ରୀ ବହିଦାର ଙ୍କ ନାତି ତରୁଣ ବହିଦାର, ସନ୍ତୋଷ ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ଲଡୁ କିଶୋର ମଲ୍ଲିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୁରୁ ସତ୍ୟନାରାୟଣ ବହିଦାରଙ୍କ କୃତି ଓ ତାଙ୍କର ଜୀବନବ୍ୟାପୀ ସାଧନା ଯୋଗୁଁ ଆଜି ସମ୍ବଲପୁରୀ ଭାଷା, ସାହିତ୍ୟ କାଳଜୟୀ ହୋଇଥିବା ପ୍ରକାଶ କରି ଗୁରୁ ଶ୍ରୀ ବହିଦାର ଏହି ପବିତ୍ର ମାଟିରେ ଜନ୍ମଲାଭ କରିଥିବା ଯୋଗୁଁ ତାଙ୍କର ସ୍ମୃତି କୁ ଉଜ୍ଜୀବିତ କରିବା ଆମ ମାନଙ୍କର କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ। ଏ ଅବସରରେ ଲେଖକ ଯୁଧିଷ୍ଠିର ଖମାରୀ ଙ୍କ ଦ୍ଵାରା ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ ରଚିତ ଏକ ପୁସ୍ତକ କୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ ପରେ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରୁମକୁଝୁମାନା ପକ୍ଷରୁ ବିଶିଷ୍ଟ କଳାକାର ଶାଶ୍ଵତ କୁମାର ତ୍ରିପାଠୀ ଙ୍କ ନେତୃତ୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଦେବାଶିଷ ପଟ୍ଟନାୟକ, ହିମାଂଶୁ ଭୂଷଣ ପଣ୍ଡା, ସସ୍ମିତା ପରମଗୁରୁ ଙ୍କ ପରିଚାଳନା ରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହରର ବିଭିନ୍ନ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀ ଭାଗ ନେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ