ଯନ୍ତ୍ରୀଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ


ବାଲେଶ୍ବର: ବାଲେଶ୍ବର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କା । ବାବୁ ଜଣଙ୍କ ହେଲେ ପ୍ରଭାସ ପ୍ରଧାନ । ରେଡ୍‌ ବେଳେ ଭିଜିଲାନ୍ସ ଟିମ୍ ପାଇଲେ ୧୦୦, ୫୦୦ ଓ ୨ ହଜାର ଟଙ୍କିଆ ନୋଟ ବଣ୍ଡଲ । ଏହାସହି ସୁନା ଅଳଙ୍କାର ଭର୍ତ୍ତି ଏକ ବ୍ଯାଗ ।
ସକାଳୁ ପ୍ରଭାସଙ୍କ ଅଫିସ ଓ ଘର ସମେତ ମୋଟ ୭ଟି ସ୍ଥାନରେ ଏକାସାଙ୍ଗେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଛାନବିନ ଚଳାଇଛି ଭିଜିଲାନ୍ସ । ଜଳେଶ୍ବରରେ ଆଠ ଜଣିଆ ଟିମ ରେଡ଼ କରୁଥିବା ବେଳେ ୧୧ ନମ୍ବର ୱାର୍ଡରେ ଥିବା ପୈତୃକ ଘର, ୧୦ ନମ୍ବର ୱାର୍ଡରେ ସମ୍ପର୍କୀୟଙ୍କ ଘର, ଲକ୍ଷ୍ମଣନାଥ ବାଇପାସ ଫାର୍ମହାଉସ, ବାଲେଶ୍ଵର ଅଫିସ ଓ କ୍ବାର୍ଟର୍ସରେ ଚଢାଉ ହୋଇଛି । ଏଥିରେ ଦୁଇ ଡିଏସପି, ୪ ଇନ୍ସପେକ୍ଟର ଓ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଛନ୍ତି ।