ଆନ୍ଦୋଳନରେ ପରିଣତ ହେଲା ସମ୍ବଲପୁରି ଦିନ୍:ଧନ୍ୟବାଦ ଜଣାଇଲା ପଶ୍ଚିମାଞ୍ଚଲ ଏକତା ମଞ୍ଚ

ସମ୍ବଲପୁର:ସାରା ଦୁନିଆଁର କୋଣ ଅନୁକୋଣରେ ରହୁଥିବା ସମ୍ବଲପୁରୀଆ ଓ ସମ୍ବଲପୁରୀ ପ୍ରେମୀ ମାନେ ଧୁମଧାମ ରେ ପାଳନ କରିଛନ୍ତି ଅଗଷ୍ଟ ୧ ସମ୍ବଲପୁରୀ ଦିନ।ସମ୍ବଲପୁରୀ ଦିନ୍ ର ଉଦ୍ୟୋକ୍ତା ତଥା ଅଞ୍ଚଳରେ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ବେଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁର ଜେଲ ଛକ ନିକଟସ୍ଥ ସମ୍ବଲପୁରୀ ଡେରା ଠାରେ ୧୨ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ ହୋଇ ଯାଇଛି । ଚଳିତ ବର୍ଷ ମଞ୍ଚ ପକ୍ଷରୁ ୨୩ ଟି ସ୍ଥାନରେ ସମ୍ବଲପୁରୀ ଦିନ୍ ପାଳନ କରାଯାଇଥିବା ବେଳେ ଅନ୍ୟାନ୍ୟ ସରକାରୀ ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ବିବିଧ ଓ ବିଶେଷ ଢଙ୍ଗରେ ସମ୍ବଲପୁରୀ ଦିନ୍ ପାଳନ ହୋଇ ଯାଇଛି ।
୧୦୧୨ ରେ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଶତବର୍ଷିକୀରେ ନିଷ୍ପତ୍ତି ନିଆଯାଇ ୨୦୧୩ ରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ୍ ୧୨ ବର୍ଷ ରେ ସର୍ବବ୍ୟାପି ସର୍ବ ବିଦ୍ୟମାନ ହୋଇଛି। ସମ୍ବଲପୁରୀ ଦିନ୍ ଆଜି ଭାଷା ସାହିତ୍ୟ ସଂସ୍କୃତିର ଆନ୍ଦୋଳନରେ ପରିବର୍ତ୍ତିତ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାର ନେତୃତ୍ୱ ନିଜ ଭିଡିଓ ବାର୍ତ୍ତାରେ ସନ୍ଦେଶ ଦେଇଛନ୍ତି।ବିଭିନ୍ନ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି।
ସମ୍ବଲପୁରରେ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ସମେତ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, କଲାହାଣ୍ଡି, ଭୁବନେଶ୍ୱର, ଦେବଗଡରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବଲପୁରୀ ଦିନ୍ ଆୟୋଜନ କରାଯାଇ ଥିଲା । ଏହାସହ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚର ସହଯୋଗୀ ଅନୁଷ୍ଠାନ ମାନେ ମଧ୍ଯ ପନ୍ଦରରୁ ଅଧିକ ସ୍ଥାନରେ ସମ୍ବଲପୁରୀ ଦିନ ଆୟୋଜନ କରିଥିଲେ।
ଚଳିତବର୍ଷ ସମ୍ବଲପୁରୀ ଦିନ୍ ଉପଲକ୍ଷେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଓଡିଶା ସରକାରର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ବିଭାଗ ର କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଭିଡିଓ ବାର୍ତ୍ତା,ପ୍ରେସ ବିଜ୍ଞପ୍ତି ଓ ପତ୍ର ମାଧ୍ୟମରେ ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି । ଏହା ବ୍ୟତୀତ ସମାଜର ଅନେକ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ, କବି, ଲେଖକ, କଳାକାର ମଧ୍ୟ ସାମାଜିକ ଗଣମାଧ୍ୟମ ରେ ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି ।
ଏହା ସହ ସମ୍ବଲପୁର ଠାରେ ମଞ୍ଚ ପକ୍ଷରୁ ହୋଇଥିବା ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଓଡିଶା ସରକାର ଙ୍କର ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାରାୟଣ ନାୟକ, ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ଉତ୍ତରାଞ୍ଚଳ ପୋଲିସ ମହାନିରୀକ୍ଷକ ହିମାଂଶୁ ଲାଲ, ଜିଲ୍ଲାପାଳ ଅକ୍ଷୟ ଅନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ,ମହାନଗର କମିଶନର ଵେଦ ଭୂଷଣ ଭୋଇ, ଆଇ.ଆଇ.ଏମ ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସୱାଲଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ତତ ସହିତ ବିଭିନ୍ନ ସ୍ଥାନ ରେ ପାଳିତ ହୋଇଥିବା ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମ ମାନଙ୍କରେ ଅନେକ ନେତା ମନ୍ତ୍ରୀ ସମ୍ମାନିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଛନ୍ତି ।
ସମ୍ବଲପୁରୀ ପ୍ରତି ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କର ଅତୁଳନୀୟ ତ୍ୟାଗ, ବଳିଦାନ, ଅବଦାନକୁ ସମ୍ମାନ ଜଣେଇ ସମ୍ବଲପୁରୀ ଦିନ୍ କୁ ସ୍ୱୀକାର କରି ଦୁନିଆଁର କୋଣ ଅନୁକୋଣରେ ପାଳିତ ହୋଇ ଗୁରୁଶ୍ରୀ ବହିଦାର୍ ଙ୍କ ସ୍ମୃତିଚାରଣ କରି ତାଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣେଇ ଥିବାରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ଅଂଶ ଗ୍ରହଣ କରିଥିବା ସମଗ୍ର ଜନାତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛି ।
ଏପରିକି ରାଜନେତା,ଅଧିକାରୀଙ୍କ ଠାରୁ ଆରମ୍ଭ କରି ସଂଗଠକ ଓ ସାଧାରଣ ଜନତାଙ୍କ ଯାଏ ସମସ୍ତଙ୍କ ଏଭଳି ଅପୂର୍ବ ଜନ ସମର୍ଥନ ସମ୍ବଲପୁରୀ ସାହିତ୍ୟ ସଂସ୍କୃତିକୁ ଅଧିକ ଶାଣିତ ଓ ଋଦ୍ଧିବନ୍ତ କରିବ ବୋଲି ମଞ୍ଚ ପକ୍ଷରୁ ଦୃଢ ଆଶା ପୋଷଣ କରାଯାଇଛି ।
ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ର କ୍ୟାବିନେଟ ମନ୍ତ୍ରୀ ସମୂହ ନିଜ ନିଜର ବାର୍ତ୍ତା ମାନଙ୍କରେ ସମ୍ବଲପୁରୀ ଦିନ୍ ରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଅବଦାନ ଓ ସାଧାରଣ ଜନତା ଙ୍କ ସମର୍ଥନ ଓ ସହଯୋଗ ବିଷୟ ରେ ଉଲ୍ଲେଖ କରିଥିବାରୁ ମଞ୍ଚ ର ଉପଦେଷ୍ଟା ଡ଼.ପ୍ରମୋଦ ରଥ, ଆବାହକ ଭବାନି ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପଶ୍ଚିମାଞ୍ଚଲ ଏକତା ମଞ୍ଚ ପରିବାର ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।