Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୁରୁ ଭଗବାନ ସାହୁ ଙ୍କୁ ଅର୍ପିତ ଦ୍ୱିତୀୟ ଇ-ଆଭାସୀ କବିତା ପାଠ ଚକ୍ର:ଗୁରୁ ଗରିମା କବିତା ସଂକଳନ ଲୋକାର୍ପିତ

ସମ୍ବଲପୁର:ବରଗଡ଼ ଜିଲ୍ଲା ତଥା ଓଡ଼ିଶାର ଲୋକପ୍ରିୟ ନାଟ୍ୟକାର ଗୁରୁ ଭଗବାନ ସାହୁଙ୍କ ଉପରେ ଏକ ଅନ୍‌ଲାଇନ୍ କବିତା ପାଠ ଚକ୍ର ଅନୁଷ୍ଠିତ ହୋଇ ଯାଇଥିଲା । ଗୁରୁ ଭଗବାନ ସାହୁ ଙ୍କ ଉପରେ ସମର୍ପିତ ଏହି କବିତା ପାଠ ଚକ୍ର ରେ ଓଡ଼ିଶାର ବହୁ କବି / କବୟିତ୍ରୀ ସାହିତ୍ୟିକ , ଶିକ୍ଷାବିତ , ଲେଖକ, ବକ୍ତା ମାନେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ଯୋଡି ହୋଇଥିଲେ । ଯେଉଁ ମାନେ କି ଗୁରୁ ଭଗବାନ ସାହୁ ଙ୍କ ସାହିତ୍ୟ ଓ ସାଂସ୍କୃତିକ ଏକତାକୁ କବିତା ମାଧ୍ୟମରେ ପ୍ରସ୍ତୁତ କରି ଏହି ଗୁଗୁଲ୍ ମିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ । ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟୀ, ବରଗଡ ଦ୍ୱାରା ଆୟୋଜିତ ଏହି ଦ୍ଵୀତୀୟ ଆଭାଷୀ କବିତା ପାଠ ଚକ୍ର ଅବସରରେ ” ଗୁରୁ ଗରିମା ” ଗୁରୁ ଭଗବାନ ସାହୁଙ୍କୁ ସମର୍ପିତ ଏକ କବିତା ସଂକଳନ ପୁସ୍ତକ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏଥିରେ ପ୍ରକାଶିତ ସମସ୍ତ କବିତା ଗୁରୁ ଭଗବାନ ସାହୁଙ୍କ ଓଡ଼ିଆ ନାଟକ ଓ ସାହିତ୍ୟରେ ତାଙ୍କ ଅବଦାନର ଗୁରୁତ୍ୱକୁ ଆଲୋକିତ କରିବାରେ ସକ୍ଷମ ହୋଇଥିଲା ।
ନାଟ୍ୟ ମହାର୍ଷି ଗୁରୁ ଭଗବାନ ସାହୁଙ୍କ ଜୀବନ ଓ ସଫଳତାର ପରିଚୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଲେଖକ, ବକ୍ତା ତଥା ସାହିତ୍ୟିକ – ଅଧ୍ୟାପକ ଶ୍ରୀ ଶୁଶାନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଥିଲା । ଲୁଲୁ ରବିନ୍ ଦାସ ଙ୍କ ଆବାହକତ୍ବରେ ସାହିତ୍ୟିକ ଶ୍ରୀ ରଞ୍ଜନ କୁମାର ପଣ୍ଡା ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଟି ସୁନ୍ଦର ଭାବରେ ସମାପିତ ହୋଇଥିଲା । କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଭିନ୍ନ ଭିନ୍ନ ସମୟରେ ଡ.ତପସ୍ବିନୀ ଗୁରୁ ମହୋଦୟା, ପୁର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଟେକଚାନ୍ଦ ଦୁଆନ୍, ଗୁରୁ ଭଗବାନ ସାହୁଙ୍କ ଆଦର୍ଶ ପଟ୍ଟଶିଷ୍ୟ ଭାଗବତ ପ୍ରଧାନ(ଭାଗବତିଆ ), ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିଶଙ୍କର ପଧାନ, ସଂଗୀତଜ୍ଞ – ଦଧିବାବନ ଶତପଥୀ ତଥା ଲେଖିକା- ଅଧ୍ୟାପିକା ମନ୍ଦାକିନୀ ଶତପଥୀ ଙ୍କ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ କାର୍ଯ୍ୟକ୍ରମ କୁ ଅଧିକ ସରସ, ସୁନ୍ଦର କରିଥିଲା । ସମକାଳୀନ ନାଟକ ସାମ୍ରାଜ୍ୟରେ ଗୁରୁ ଭଗବାନ ସାହୁଙ୍କ ପ୍ରଭାବ ଓ ପ୍ରେରଣା ଯୁଗ ଯୁଗର ବୋଲି ରଖିଥିବା ଅଭିମତ ଆମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ନେଇଥିଲା । ଠିକ୍ ସେହି ପରି ଗୁରୁ ଭଗବାନ ସାହୁଙ୍କ ଆଦର୍ଶ ପଟ୍ଟଶିଷ୍ୟ ଭାଗବତ ପ୍ରଧାନ ( ଭାଗବତିଆ) ଗୁରୁ ଙ୍କ ନାଟକ ବିଭାଗର ଦକ୍ଷତା କୁ ବର୍ଣ୍ଣନା କରି ତାଙ୍କୁ ନାଟ୍ୟ ଜଗତର ପିତାମହ ରୁପେ ଅଭିହିତ କରି , ଶବ୍ଦ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲେ ଗୁରୁ ଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତପ୍ରକାଶ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଟେକଚାନ୍ଦ ଦୁଆନ୍ ନିଜ ଅଭିମତ ରେ ସାଂସ୍କୃତିକ ଆଦାନ-ପ୍ରଦାନ କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରକାର ସମ୍ମିଳନୀ ର ଗୁରୁତ୍ୱକୁ ସେ ବୃହତ୍ତର ଭାବେ ଉଲ୍ଲେଖ କରିଥିଲେ।ଏପରି ଏକ ଶୁଭ ବେଳା ରେ ଗୁରୁ ଭଗବାନ ସାହୁଙ୍କ ଐତିହାସିକ ଅବଦାନକୁ ସମ୍ମାନ କରି ଯେଉଁ ମାନେ ନିଜ ସ୍ବରଚିତ କବିତା ପରଷି ଥିଲେ ସେମାନଙ୍କ ମଧ୍ୟରେ ଥିଲେ ଭାରତୀ ହୋତା,ରଶ୍ମି ପାତ୍ର, ବାସନ୍ତୀ ମଞ୍ଜରୀ ହନୁମାନ, ମନ୍ଦାକିନୀ ଶତପଥୀ, ସଙ୍ଗୀତା ଦୀପ , ନିସାର ଅହମ୍ମଦ ନିସାର ,ଦିଲ୍ଲିପ କୁମାର ମିଶ୍ର, ନରସିଂହ ମହାରଣା, ରୁଷଭ ବିଶି, ସନ୍ତୋଷିନୀ ନାଗ , ସୁରେନ୍ଦ୍ର ମେହେର, ମଞ୍ଜୁ ଶ୍ରୀ ଚାନ୍ଦ ଶତପଥୀ,ରୁଷଭ ପ୍ରଧାନ, ମନୋଜ ବାଗ୍ ,ତୁଳସୀ ଚରଣ ଦାଶ , ଦୀପକ କୁମାର ଶୁନାନୀ ଟିକେଲାଲ ରାଉତ, ଚିତ୍ତରଞ୍ଜନ ବିଶ୍ବାଳ, ସରୋଜ ମହାକୁର,ଙ୍କ ଭଳି ଅନେକ ବିଦଗ୍ଧ କବି ମଣ୍ଡଳୀ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ନିସାର ଅହମ୍ମଦ ନିସାର, କଣ୍ଠଶିଳ୍ପୀ, ସୁର ସଂଗମ, ବଲାଂଗୀର , ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ ଡ.ସୁବାଷ ପାତ୍ର ମହୋଦୟ । ଆଜିର ଏହି ଭର୍ଚ୍ଚୁଆଲ ମିଟ୍ ରେ ନାଟ୍ୟ ମହାର୍ଷି ଗୁରୁ ଭଗବାନ ସାହୁଙ୍କୁ ତାଙ୍କ ଅବର୍ତ୍ତମାନ ରେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ନିରନ୍ତର ଏତିହାସିକ ମହତ୍ତ୍ଵକୁ ଆଗକୁ ଆଣିବା ପାଇଁ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ପ୍ରତିଶୃତି ପ୍ରଦାନ କରିଥିଲା । ଆଜିର ଏହି ଗୁଗୁଲ୍ ମିଟ୍ ର ଆଲୋଚନା ଓ ପ୍ରତିକ୍ରିୟା ଆଗାମୀ ଦିନରେ ଗୁରୁଙ୍କ ତ୍ୟାଗ ଓ ବଳିଦାନ କୁ ସମୃଦ୍ଧ କରିବ ବୋଲି ବୁଦ୍ଧିଜୀବୀ ମହଲରେ ବିଚାର କରାଯାଉଛି।