Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନୀତିନିଷ୍ଠତା ମଣିଷ କୁ ଆଦର୍ଶ କରେ,ଆଖି ର ଯତ୍ନ ଆମର ପ୍ରାଥମିକତା

ସମ୍ବଲପୁର ତା।୪.୮୨୪ ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ସପ୍ତଦଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଡାକ୍ତର ଜୟଦେବ। ମେହେର ଙ୍କ ଯୋଗଶିକ୍ଷା ରୁ ଆରମ୍ଭ ହୋଇଥିଲା।ପ୍ରଶିକ୍ଷଣ କୁ ଆରମ୍ଭକରି ଜୀବନ ରେ ନୀତିନିଷ୍ଠତା ଉପରେ ଆଲୋଚନା କରି ପ୍ରାକ୍ତନ ଅଧ୍ୟକ୍ଷ ପ୍ରୋ.ମୁରଲୀଧର ପ୍ରେମନାଥ ନାୟକ ରାଜା ଶିବି,ରାଜା ହରିଶ୍ଚନ୍ଦ୍ର, ମହାତ୍ମାଗାନ୍ଧୀ ଓ ଗୌତମ ବୁଦ୍ଧ ଙ୍କ ଜୀବନୀ ର ବିଭିନ୍ନ ଦିଗ ବିଷୟରେ ପିଲାଙ୍କୁ ବୁଝେଇ ସେହି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ କୁ ଆରମ୍ଭ କରି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ ଆଖି ର ଯତ୍ନ ବିଷୟ ରେ ବକ୍ତ୍ୟବ ଆରମ୍ଭ କରି ଆଖି ର ଯତ୍ନ, ଗଠନ ଓ ବିଭିନ୍ନ ଅଂଶ ଉପରେ ବିଶଦ ଆଲୋଚନା କରି ପାରମ୍ପରିକ ଚିକିତ୍ସା ଉପରେ ସମ୍ପୂର୍ଣ୍ଣ ଭରସା ନ କରି ଆଖି ରେ ସାମାନ୍ୟ ସମସ୍ୟା ହେଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେବାକୁ ଉପଦେଶ ଦେଇଥିଲେ।କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରି ପିଲାମାନେ ସକ୍ରିୟ ଭାବେ ଆଲୋଚନା ରେ ଅଂଶ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ।ଆଜିର ଆଲୋଚନା ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ହୁମେରା ବାନୋ,ରଣବିର ପାଇକରାୟ,ହେମଳତା ସାହୁ,ଦୀପ୍ତିରଞ୍ଜନ ନାୟକ,କାନହା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶିବିର ରେ ପିଲାଙ୍କୁ ଉତ୍ସାହିତ କରବାପାଇଁ ପ୍ରୋଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଶଙ୍କର ପ୍ରସାଦ ପତି,ପୃଥିରାଜ ମିଶ୍ର,,ବିଭୁତିନାଥ ମାଝୀ,ରବି ନାରାୟଣ ମିଶ୍ର, ବସନ୍ତ ଦାଶ, ମନୋଜ କୁମାର ନାଥ,ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ଅଶୋକ ହୋତାଙ୍କ ସମେତ ଅନେକ ଅବିଭାବକ ଉପସ୍ଥିତ ଥିଲେ ।
ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ଶେଷ ହୋଇଥିଲା।ଆଜିର ପ୍ରଶିକ୍ଷଣ ଶିବିର ରେ ୧୫ ଟି ହାଇସ୍କୁଲ ରୁ ୫୧ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।